ଭୁବନେଶ୍ୱର: ବିଏମ୍ସି ଆଦାୟ କରିବ ୟୁଜର ଫି। ଜାରି ହେଲା ରେଟ୍ ଚାଟ୍। ଘର, ହୋଟେଲ, ସପିଂ ମଲ୍, କ୍ୟାଫେ, ହାଟ ଆଦିରୁ ଆଦାୟ ହେବ ୟୁଜର ଫି। ଅଳିଆ ସଂଗ୍ରହ ବାବଦରେ ୟୁଜର୍ସ ଫି’ ଲାଗୁ କରିବ ବିଏମ୍ସି। ୨୦୧୮ ବାଇ ଲ’ ଅନୁସାରେ ଫି’ ଆଦାୟ କରିବ ବିଏମ୍ସି। ସଫା ଆପ୍ ମାଧ୍ୟମରେ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀବାସୀ।
ଆବାସିକ ଘର, ଦୋକାନ, ହୋଟେଲ, ଅନୁଷ୍ଠାନ ପାଇଁ ସ୍ୱତନ୍ତ୍ର ୟୁଜର ଫି’ ରହିବ। ସଫା ଆପ୍ କିମ୍ବା ବିଏମସି ସ୍ୱତନ୍ତ୍ର ହ୍ଵାଟ୍ସଆପ ନଂ 7653011832ରେ ତଥ୍ୟ ରହିବ। ଏହି ଆପ୍ ମାଧ୍ୟମରେ ତଥ୍ୟ ବିଷୟରେ ଜାଣିପାରିବେ ରାଜଧାନୀବାସୀ।

Comments are closed.