Latest Odisha News

BREAKING NEWS

ପାରାଦୀପ ସମୂଦ୍ର ମୁହାଣରେ ବୁଡିଗଲା ବୋଟ: ଭାସିଗଲେ ୮ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ସମୂଦ୍ର ମୁହାଣରେ ବୁଡିଲା ବୋଟ। ସ୍ଥାନୀୟ ଲୋକ କହିବା ମୂତାବକ, ଏହି ବୋଟରେ  ୮ ଜଣ ମତ୍ସ୍ୟଜୀବୀ ଥିଲେ । ସେମାନଙ୍କ ମଧ୍ୟରୁ  ୩ ଜଣ ଭାସି ଯାଇଛନ୍ତି । ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।  ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ମିଳିଥିବା ସୂଚନା ଅନୁସାରେ,  ଆଜି ବାସୁଳେଇ -୨ ନଂ ବୋଟ ମାଛ ମାରି କୂଳକୁ ଫେରୁଥିବା ସମୟରେ ମୁହାଣ ମୂହଁ ବାଲି ଚରରେ ଡଙ୍ଗା ଲାଗି ଯାଇଥିଲା । ଫଳରେ  ବୋଟ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।ବୋଟର ମାଲିକ ଚକ୍ରଧର ବିଶ୍ୱାଳ ବୋଲି ଜଣାପଡିଛି। ଏହି ବୋଟ୍ ରେ ୮ ଜଣ ମତ୍ସ୍ୟଜୀବୀ ଥିଲେ ।  ସ୍ଥାନୀୟ ଲୋକ କହିବା ମୂତାବକ ୩ ଜଣ ଭାସି ଯାଇଛନ୍ତି ଓ ଡ଼୍ରାଇଭର ସହିତ ୪ ଜଣ ବୋଟ୍ ଉପରେ ଅଛନ୍ତି।

ବୋଟ୍ ଉପରେ ଥିବା ୪ଜଣ ମତ୍ସ୍ୟଜୀବୀ ନିଜ ଜୀବନ ବଞ୍ଚାଇବାପାଇଁ ଅଥଳ ଜଳରାଶିରେ ଜୀବନ ମରଣ ସହ ସଘଂର୍ଷ କରୁଛନ୍ତି ।  ଉଦ୍ଧାର ପାଇଁ ଆକୁଳ ନିବେଦନ କରୁଛନ୍ତି । ତେବେ ମେରାଇନ ପୋଲିସ, ଓଡ଼୍ରାଫ ଟିମ୍ ଦେଖଣା ହାରୀ ସାଜିଥିବା ସ୍ଥାନୀୟ ଲୋକେ କହିଛନ୍ତି ।   ମୂହାଣ ମୂହଁରେ ଲୋକଙ୍କ ଭିଡ଼ ଜମିବାରେ ଲାଗିଛି।

Leave A Reply

Your email address will not be published.