Latest Odisha News

BREAKING NEWS

[ଭିଡ଼ିଓ] ମାଲକାନଗିରି ସ୍ବାଭିମାନ ଅଞ୍ଚଳରେ BSF ଦ୍ଵାରା ବୋଟ୍‌ ଆମ୍ବୁଲାନ୍ସ ସେବାର ଶୁଭାରମ୍ଭ

ମାଲକାନଗିରି: ମାଲକାନଗିରି ସ୍ଵାଭିମାନ ଅଞ୍ଚଳ ବାସୀଙ୍କ ପାଇଁ ଖୁସିର ଖବର । ମାଓଦମନ ସାଙ୍ଗକୁ ଏଥର ଲୋକଙ୍କ ସ୍ୱାସ୍ଥ୍ୟ ସେବା କଥା ଚିନ୍ତା କରିଛି  ବିଏସଏଫ ବାହିନୀ । ସାଧାରଣତନ୍ତ୍ର ଦିବସରେ ଦଶ ହଜାରରୁ ଉର୍ଦ୍ଧ ବାସୀଙ୍କୁ ମିଳିଛି ୧୦୮ ୱାଟର ଆମ୍ବୁଲାନ୍ସ । ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳର ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ବିଏସଏଫ ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ଶୁଭାରମ୍ଭ କରାଯାଇଛି ଅତ୍ୟାଧୁନିକ ୧୦୮ ୱାଟର ଆମ୍ବୁଲାନ୍ସ ।

ମାଓସମସ୍ୟା ସାଙ୍ଗକୁ ଗମନାଗମନର ଅସୁବିଧା ଥିବାରୁ ସ୍ୱାସ୍ଥ୍ୟ ସେବା ପାଇଁ ଦେଶୀ ଡଙ୍ଗାରେ ଚିତ୍ରକୋଣ୍ଡା ଆସୁଥିଲେ ଶହ ଶହ ଆଦିବାସୀ । ତେଣୁ ଆଦିବାସୀଙ୍କ ଉନ୍ନତି ଚିନ୍ତା କରି ବିଏସଏଫ ପକ୍ଷରୁ ଆଜି ଜାନବାଇ ବିଏସଏଫ କ୍ୟାମ୍ପ ଠାରେ ଏକ ୧୦୮ ୱାଟର ଆମ୍ବୁଲାନ୍ସର ଶୁଭାରମ୍ଭ କରାଯାଇଛି ।

ଏହି ଉନ୍ନତ ମାନର ୱାଟର ଆମ୍ବୁଲାନ୍ସରେ ରୋଗିଙ୍କ ସେବା ପାଇଁ ନର୍ସ, ଫାର୍ମାସିଟ ରହିବା ସହ ରୋଗୀଙ୍କ ପାଇଁ ସ୍ଵତନ୍ତ୍ର ବେଡ, ମେଡ଼ିସିନ ସହ ପାନୀୟ ଜଳ ଓ ଖାଇବାର ମଧ୍ୟ ବ୍ୟବସ୍ତା ରହିଛି ।

ପ୍ରତିଦିନ ଏହି ଅତ୍ୟାଧୁନିକ ୧୦୮ ୱାଟର ଆମ୍ବୁଲାନ୍ସ ଘନବେଡା ଘାଟରୁ ବାହାରି ସ୍ଵାଭିମାନ ଅଞ୍ଚଳର ଯନ୍ତ୍ରି, ଘନବେଡା, ଯୋଡାମ୍ବ ପଞ୍ଚାୟତର ସମସ୍ତ ଗ୍ରାମ ସହିତ ଆନ୍ଧ୍ର ଓଡିଶା ସିମାନ୍ତରେ ଥିବା ଗ୍ରାମ ଗୁଡିକୁ ଯିବ । ସେଠାରେ ରୋଗିଙ୍କୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅନ୍ୟ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଆବଶ୍ୟକ ହେଲେ ମାଲକାନଗିରି ସଦର ଚିକିତ୍ସାଳୟକୁ ଅଣାଯିବ ବୋଲି ବିଏସଏଫ ଡିଆଇଜି କହିଛନ୍ତି ।

ମାଓ ଦମନ ସାଙ୍ଗକୁ ସ୍ୱାସ୍ଥ୍ୟ ସେବା ଯୋଗାଇବାର ଏହି ମହାନ ଚିନ୍ତା କରିଛି ବିଏସଏଫ ବାହିନୀ , ଯାହାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Comments are closed, but trackbacks and pingbacks are open.