Latest Odisha News

BREAKING NEWS

ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପୁରୀରେ କଂଗ୍ରେସର ରଣନୀତି ଆରମ୍ଭ

ପୁରୀ : ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲାଣି । ପୁରୀ ଇନ୍ଦିରା କଂଗ୍ରେସ ଭବନ ଠାରେ ଜିଲ୍ଲା କଂଗ୍ରେସ ତରଫରୁ ‘ମୁଁ ନୁହେଁ ଆମେ ସଙ୍ଗଠିତ’ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଆସନ୍ତା ୧୬ ତାରିଖରେ ପୁରୀ ଜିଲ୍ଲାରେ ୫ ଟି ପର୍ଯ୍ୟାୟରେ ଭୋଟଦାନ ଅନୁଷ୍ଠିତ ହେବ । ଏନେଇ ଲୋକଙ୍କୁ ମନକୁ ଜିଣିବା ପାଇଁ କଂଗ୍ରେସ ଏବେଠାରୁ ପ୍ରୟାସ ଆରମ୍ଭ କଲାଣି ।

ଭୋଟର ମାନଙ୍କୁ ଆକୃଷ୍ଟ କରିବା ନେଇ ପିସିସିର ସାଧାରଣ ସମ୍ପାଦକ, ଜିଲ୍ଲା କଂଗ୍ରେସ ମୁଖପାତ୍ର ଓ ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଗତ ଥର ପଞ୍ଚାୟତ ନିର୍ବାଚନରେ ପୁରୀ ଜିଲ୍ଲାରେ ୩୩ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ବିଜେଡି ୩୧ ବିଜେପି ଓ କଂଗ୍ରେସ ଗୋଟିଏ ଲେଖାଏଁ ସିଟ ହାତେଇଥିଲେ । ମାତ୍ର ଚଳିତ ଥର କଂଗ୍ରେସ ବହୁ ଆସନ ହାତେଇବ ବୋଲି କହିଛି ।

Comments are closed, but trackbacks and pingbacks are open.