Latest Odisha News

BREAKING NEWS

ଚୋରା ଚାଲାଣବେଳେ ଜବତ ହେଲା ଗଞ୍ଜେଇ, ଜଣେ ଗିରଫ

ଯାଜପୁର: ପୁଣି ଜବତ ହେଲା ଗଞ୍ଜେଇ । ଫୁଲବାଣୀରୁ କୋଲକାତା ଚାଲାଣ ହେଉଥିବାବେଳେ ଜବତ ହୋଇଛି ଗଞ୍ଜେଇ । ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ୧ କୁଇଣ୍ଟାଲ ୨୫କିଲେ ଗଞ୍ଜେଇ । ଏହାସହ ଜଣଙ୍କୁ ଗିରଫ କରାଯାଇଛି । ଅବକାରୀ ବିଭାଗର କର୍ମଚାରୀମାନେ ଯାଜପୁର ଜିଲ୍ଲାର ଜାରକା ଓଭରବ୍ରିଜ ଉପରେ ଚଢ଼ାଉ କରିଥିଲେ ।

ସୂଚନା ଅନୁସାରେ, ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର କମିଶନର ଆଶିଷ ସିଂ ସୂଚନା ପାଇଥିଲେ । ଏହା ପରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜାରକା ଓଭରବ୍ରିଜ ନିକଟରେ ଚଢ଼ାଉ କରାଯାଇଥିଲା । ଗଞ୍ଜେଇ ସହ ଏକ ସ୍କର୍ପିଓ ଗାଡ଼ି ଜବତ କରାଯାଇଛି । ପାଣିକୋଇଲିରେ ଅତିରିକ୍ତ ସୁପରିଟେଣ୍ଡେଣ୍ଟ ପ୍ରବୀର କୁମାର ସାମଲ ଏହି ସୂଚନା ଦେଇଛନ୍ତି ।

ଏଥିରେ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ଜଣକ ହେଲା ମୁର୍ସିଦାବାଦ ଅଞ୍ଚଳର ସଞ୍ଜୟ ହାଲଦାର । ଚଢ଼ାଉରେ ଆଗାମୀ ଦିନରେ ବ୍ୟାପକ କରାଯିବ ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି ।

Comments are closed, but trackbacks and pingbacks are open.