Latest Odisha News

BREAKING NEWS

Boat Capsized: ଯମୁନା ନଦୀରେ ଡଙ୍ଗା ବୁଡ଼ି ୧୦ ଜଣଙ୍କ ମୃତ୍ୟୁ, ୨୦ରୁ ଉର୍ଦ୍ଧ୍ବ ନିଖୋଜ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଏକ ଦୁଃଖଦ ଖବର ଆସୁଛି । ବୃନ୍ଦାବନରେ ଯମୁନା ନଦୀରେ ଏକ ଷ୍ଟିମର ବୁଡ଼ିଯିବାରୁ ପ୍ରାୟ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ୨୦ରୁ ଅଧିକ ଜଣ ନିଖୋଜ ଥିବା ଜଣାପଡ଼ିଛି ।

ରିପୋର୍ଟ ଅନୁଯାୟୀ, ଷ୍ଟିମରରେ ପ୍ରାୟ ୩୦ ଜଣ ଯାତ୍ରା କରୁଥିଲେ । ବୃନ୍ଦାବନର ଶ୍ରୀଙ୍ଗାର ଘାଟ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ପାଇବା ପରେ ପୋଲିସ ଓ ବିପର୍ଯ୍ୟୟ ମୁକାବିଲା ବାହିନୀ (SDRF) ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଡାଇଭରଙ୍କ ସହାୟତାରେ ସମସ୍ତ ଆହତମାନଙ୍କୁ ଉଦ୍ଧାର କରି ବୃନ୍ଦାବନର ଏକ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତୀର୍ଥଯାତ୍ରୀମାନେ ପଞ୍ଜାବର ଲୁଧିଆନାରୁ ତୀର୍ଥଯାତ୍ରା ପାଇଁ ଆସିଥିଲେ ।

ପଞ୍ଜାବର ଲୁଧିଆନାରୁ ୧୫୦ ଭକ୍ତଙ୍କ ଏକ ଦଳ ମନ୍ଦିର ଦର୍ଶନ ପାଇଁ ବୃନ୍ଦାବନରେ ପହଞ୍ଚିଥିଲେ । ଶୁକ୍ରବାର ଅପରାହ୍ନରେ କିଛି ଭକ୍ତ ଯମୁନା ନଦୀରେ ଡଙ୍ଗା ଚଢ଼ିବା ପାଇଁ ବାହାରିଥିଲେ । ଡଙ୍ଗା ଚାଳକ ଭକ୍ତମାନଙ୍କୁ ଫେରି ଯାତ୍ରା ପାଇଁ ନେଉଥିବା ବେଳେ, ପ୍ରବଳ ସ୍ରୋତ ଯୋଗୁଁ ଡଙ୍ଗାଟି ହଠାତ୍ ପଣ୍ଟୁନ୍ ପୋଲ ସହିତ ଧକ୍କା ହୋଇଥିଲା । ଏହି ଡଙ୍ଗା ଟିରେ ପ୍ରାୟ ୩୦ରୁ ଅଧିକ ଭକ୍ତ ଏଥିରେ ଥିଲେ । ଅନ୍ୟ ନିଖୋଜ ଭକ୍ତଙ୍କ ପାଇଁ ସନ୍ଧାନ ଜାରି ରହିଛି ।

Leave A Reply

Your email address will not be published.