Latest Odisha News

BREAKING NEWS

ଆସାମରେ ପ୍ରବଳ ବର୍ଷା ସାଙ୍ଗକୁ ଝଡ଼; ଡଙ୍ଗା ବୁଡି ୩ ମୃତ

ଗୌହାଟି: ରବିବାର ଆସାମର ଗ୍ବାହାଟି ଏବଂ ଜୋରହାଟରେ ଝଡ଼ ଏବଂ ପ୍ରବଳ ବର୍ଷା ଯୋଗୁଁ ଅନେକ କ୍ଷୟକ୍ଷତି ହୋଇଛି । ଘୂର୍ଣ୍ଣିଝଡ଼ କାରଣରୁ ବ୍ରହ୍ମପୁତ୍ର ନଦୀରେ ଏକ ଯାତ୍ରୀବାହୀ ଡଙ୍ଗା ବୁଡିଯିବା କାରଣରୁ ୩ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ଜଣାପଡିଛି । ଅନ୍ୟ ୨୦ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଉଦ୍ଧାକାରୀ ଦଳ ।

ସୂଚନା ଅନୁସାରେ, ଯାତ୍ରୀବାହୀ ଡଙ୍ଗା ଟି ଆସାମର ଦକ୍ଷିଣ-ସଲମରା ମାନକଚର ଜିଲ୍ଲା ଦେଇ ଯାଉଥିବା ସମୟରେ ହଠାତ୍ ପ୍ରବଳ ବର୍ଷା ସାଙ୍ଗକୁ ଘୂର୍ଣ୍ଣିଝଡ ହେବାରୁ ଡଙ୍ଗାଟି ବୁଡି ଯାଇଥିଲା । ଡଙ୍ଗା ବୁଡିବା ନେଇ ଜାଣିବା ପରେ ସ୍ଥାନୀୟ ମତ୍ସ୍ୟଜୀବୀ ଓ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ ଆରମ୍ଭ କରିଥିଲେ ।

ଆସାମରେ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଅରେଞ୍ଜ ଆଲର୍ଟ ଜାରିକରିଥିଲା । ଏଥିପାଇଁ ନଦୀ ଏବଂ ସମୁଦ୍ର ମଧ୍ୟକୁ ନ ଯିବାକୁ ପରାମର୍ଶ ଦେଇଥିଲା ବିଭାଗ । ପୁନର୍ବାର ଏପ୍ରିଲ ୧ ରୁ ୪ ମଧ୍ୟରେ ହାଲୁକାରୁ ମଧ୍ୟମ ବୃଷ୍ଟିପାତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

Comments are closed.