Latest Odisha News

ବିହାରରେ ବୁଡିଲା ଡଙ୍ଗା; ଅନେକ ନିଖୋଜ

ପାଟନା: ବିହାରର ଭାଗଲପୁର ସ୍ଥିତ ଗୋପାଳପୁର ନଟଗା ଜାହାଜ ଘାଟରେ ଡଙ୍ଗା ବୁଡି ଯିବାରୁ ଅନେକ ବ୍ୟକ୍ତି ନିଖୋଜ ହୋଇଯାଇଛନ୍ତି ।

ସୂଚନା ଅନୁଯାୟୀ ୧୦୦ ଯାତ୍ରୀଙ୍କୁ ଧରି ଆସୁଥିବା ଡଙ୍ଗା ଦୁର୍ଭାଗ୍ୟବଶତଃ ଗଙ୍ଗା ନଦୀରେ ଅଚାନକ ବୁଡିଯାଇଥିଲା ।

ପରବର୍ତ୍ତୀ ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପାଖାପାଖି ୧୫ ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରାଯାଇଛି । ତେବେ ନିଖୋଜ ଥିବା ବ୍ୟକ୍ତିମାନଙ୍କୁ ଉଦ୍ଧାର କରିବା ଲାଗି ପ୍ରଶାସନ ପକ୍ଷରୁ ପ୍ରୟାସ ଜାରି ରହିଛି ।

Comments are closed.