Latest Odisha News

BREAKING NEWS

ମାଛ ଜାଲରେ ଛନ୍ଦି ହୋଇ ମଝି ଚିଲିକାରେ ଫଶି ରହିଲା କେନ୍ଦ୍ରମନ୍ତ୍ରୀଙ୍କ ବୋଟ୍

ବାଲୁଗାଁ: ପ୍ରରିକ୍ରମା କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ଚିଲିକା ମଝିରେ ଫସିଲେ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ର ମତ୍ସ୍ୟସଂପଦ ମନ୍ତ୍ରୀ ପୁରୁଷୋତ୍ତମ ରୁପାଲାଙ୍କ ଡଙ୍ଗା ଗତକାଲି ମଝି ଚିଲିକାରେ କିଛି ସମୟ ପାଇଁ ଫସି ରହିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ସହ ତାଙ୍କ ଧର୍ମପତ୍ନୀ, ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଓ ଅନ୍ୟ କର୍ମୀ ମାନେ ମଧ୍ୟ ଉପସ୍ଥିତ ଥିଲେ । ଅନ୍ଧାର ରାତି ଏବଂ ମାଛଧରା ଜାଲରେ ଛନ୍ଦି ହୋଇ ଦୀର୍ଘ ସମୟ ଧରି ମଝି ଚିଲିକାରେ ଅଟକି ରହିଥିଲା ମନ୍ତ୍ରୀଙ୍କର ବୋଟ୍ ।

ଖୋର୍ଦ୍ଧା ଜିଲ୍ଲା ବାଲୁଗାଁରେ ମତ୍ସ୍ୟଜୀବୀଙ୍କ ପାଇଁ ‘ସାଗର ପରିକ୍ରମା’ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଆସିଥିଲେ । ଫେରିବା ବେଳେ ଏହି ଅଘଟଣ ଘଟିଥିଲା । କିଛି ସମୟ ଅଟକିବା ପରେ ସିଡିଏ ଓ ଓଟିଡିସିର ଡଙ୍ଗା ଘଟଣାସ୍ଥଳରେ ପହଞ୍ଚି କେନ୍ଦ୍ରମନ୍ତ୍ରୀ ଓ ଅନ୍ୟମାନଙ୍କୁ ଉଦ୍ଧାର କରି ସାତପଡ଼ା କୂଳକୁ ଆଣିଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲା ଓ ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ପୁରୀ ଫେରି ଯାଇଥିଲେ । ତେବେ ଏପରି ଘଟଣା ପରେ କେନ୍ଦ୍ରମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ଏହା ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।

Leave A Reply

Your email address will not be published.