Latest Odisha News

BREAKING NEWS

ଆଜିଠୁ ହୀରାକୁଦ ଡ୍ୟାମରେ ପକ୍ଷୀ ଗଣନା ଆରମ୍ଭ

ସମ୍ବଲପୁର: ଆଜିଠାରୁ ହୀରାକୁଦ ଡ୍ୟାମରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ଗଣନାକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୫ଟା ଯାଏଁ ପକ୍ଷୀ ଗଣନା କରାଯିବ। ହୀରାକୁଦ ୱାଇଲ୍ଡ ଲାଇଭ ଡିଜିଜନ ପକ୍ଷରୁ ସମ୍ବଲପୁର, ଝାରସୁଗୁଡା ଓ ଛତିଶଗଡ଼ ସଂଲଗ୍ନ ଜଳଭଣ୍ଡାରରେ ଗଣନା କରାଯାଉଛି । ହୀରାକୁଦ ଡ୍ୟାମଠୁ ଛତିଶଗଡ଼ ସୀମାନ୍ତ ପର୍ଯ୍ୟନ୍ତ ଗଣନା ହେବ ।

ଜଳଭଣ୍ଡାରର ୫୦୦ ବର୍ଗ କିଲୋମିଟର ମଧ୍ୟରେ ପକ୍ଷୀ ଗଣନା କରାଯାଉଛି। ଏଥିପାଇଁ ୨୧ଟି ସେକ୍ଟର ଗଠନ କରାଯାଇଛି। ୩୩ ଜଣ ବନ ଅଧିକାରୀ, ପକ୍ଷୀ ବିଶେଷଜ୍ଞ ଓ ଗଣନାକାରୀଙ୍କ ସହ ୭୮ ଜଣ ସାମିଲ ହୋଇଛନ୍ତି। ଗଣନା ପାଇଁ ବାଇନାକୁଲାର ଓ ଲାଇଫ ଜାକେଟ୍ ସହ ୩୨ଟି ମତ୍ସ୍ୟଜୀବୀ ଡଙ୍ଗା ସାମିଲ ହୋଇଛି । ସେଥିପାଇଁ ଗତକାଲିଠୁ ହୀରାକୁଦ ଜଳଭଣ୍ଡାର ଭିତରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏନେଇ ହୀରାକୁଦ ବନ୍ୟପ୍ରାଣୀ ବନଖଣ୍ଡର ଡିଏଫଓ ସୂଚନା ଦେଇଛନ୍ତି ।

ତେବେ ବିଦେଶୀ ପକ୍ଷୀମାନଙ୍କର ଆଗମନ ପୂର୍ବବର୍ଷ ତୁଳନାରେ ଅଧିକ ଥିବା ଜଣାପଡ଼ିଛି। ଗତବର୍ଷ ୧୦୮ ପ୍ରଜାତିର ୩ ଲକ୍ଷ ୧୬ ହଜାର ବିଦେଶୀ ପକ୍ଷୀ ହିରାକୁଦ ଜଳଭଣ୍ଡାକୁ ଆସିଥିଲେ । ସେହିପରି ଗତବର୍ଷ ଭିତରକନିକାକୁ ୧ ଲକ୍ଷ ୩୯ ହଜାର ୯୫୯ଟି ପକ୍ଷୀ ଆସିଥିବା ବେଳେ, ଏ ବର୍ଷ ୧ ଲକ୍ଷ ୫୧ ହଜାର ୪୨୧ ଆସିଛନ୍ତି । ଯାହାକି ଗତ ୧୬ ବର୍ଷ ମଧ୍ୟରେ ସର୍ବାଧିକ । ସେହିପରି ଚିଲିକାରେ ଗୁରୁବାର ପକ୍ଷୀଗଣନା କରାଯାଇଥିଲା । ଚଳିତବର୍ଷ ୧୮୭ ପ୍ରଜାତିର ୧୧ଲକ୍ଷ ୩୭ହଜାର ୭୫୯ ପକ୍ଷୀ ଚିଲିକାରେ ଦେଖାଦେଇଛନ୍ତି ।

 

 

 

 

 

 

Leave A Reply

Your email address will not be published.