ଗୋପାଳପୁର : ଗୋପାଳପୁର ସମୁଦ୍ରରେ ଅଘଟଣ । ଗୋପାଳପୁର ସମୁଦ୍ର ଭିତରକୁ ବୁଲିବାକୁ ଯାଇ ଫେରୁଥିବା ବେଳେ ଓଲଟିଲା ବୋଟ୍ । ଫଳରେ ବୋଟ୍ରେ ଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡି ଯାଇଥିଲେ । କିନ୍ତୁ ସଙ୍ଗେ ସଙ୍ଗେ ଉଦ୍ଧାରକାରୀ ବୋଟ୍ ପହଞ୍ଚି ପର୍ଯ୍ୟଟକଙ୍କ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଯାହାଦ୍ବାରା ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପର୍ଯ୍ୟଟକ ।
ସୂଚନା ଅନୁସାରେ, ଗୋପାଳପୁର ସମୁଦ୍ରରେ ଆଜି ଅପରାହ୍ନରେ ୯ ଜଣ ପର୍ଯ୍ୟଟକ ବୋଟରେ ସମୁଦ୍ର ଭିରକୁ ବୁଲିାକୁ ଯାଇଥିଲେ । କିନ୍ତୁ ଫେରିବା ବଳେ, କୂଳଠାରୁ କିଛି ମିଟର ଦୂରରେ ବୋଟଟି ଓଲଟି ପଡ଼ିଲା । ବୁଡି ଯାଉଥିବା ପର୍ଯ୍ୟଟକ ଚିତ୍କାର କରିବାରୁ ସଙ୍ଗେ ସଙ୍ଗେ ଉଦ୍ଧାର ବୋଟ୍ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିଥିଲା । ଏହାକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
Comments are closed.