Latest Odisha News

ବିଜୟ ଥାଲାପତିଙ୍କ ଫିଲ୍ମରେ ବବି ଦେଓଲଙ୍କ ଏଣ୍ଟ୍ରି

ହାଇଦ୍ରାବାଦ: ‘ଥାଲାପାଥି ୬୯’ ସାଉଥ ସୁପରଷ୍ଟାର ବିଜୟଙ୍କ ଶେଷ ଚଳଚ୍ଚିତ୍ର ହୋଇପାରେ। ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍।
ନିର୍ମାତା ଫିଲ୍ମର କାଷ୍ଟକୁ ଆନାଉନ୍ସ କରିଛନ୍ତି, ଯେଉଁଥିରେ ବବି ଦେଓଲ ଏହି ଫିଲ୍ମରେ ନଜର ଆସିବେ ବୋଲି ଜଣାପଡିଛି।

ନିକଟରେ ବଲିଉଡ ଅଭିନେତା ବବି ଦେଓଲ ‘ଆନିମଲ୍’ ଚଳଚ୍ଚିତ୍ରରେ ନିଜର ଦମଦାର ଭିଲେନ ଚରିତ୍ର ପାଇଁ IIFA ପୁରସ୍କାର ହାତେଇଛନ୍ତି।
ନିର୍ମାତାମାନେ ବବିଙ୍କ ଏଣ୍ଟ୍ରି ସମ୍ପର୍କରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। ପୋଷ୍ଟ ଜରିଆରେ କୁହାଯାଇଛି ଯେ ବବି ‘ଥାଲାପାଥି ୬୯’ର ଯୋଗ ଦେଇଛନ୍ତି। ସେ ଖୁସି ଏବଂ ଉତ୍ସାହିତ ଅଛନ୍ତି।

ଏଚ୍ ବିନୋଥଙ୍କ ଦ୍ୱାରା ନିର୍ଦ୍ଦେଶିତ ‘ଥାଲାପାଥି ୬୯’ ତାମିଲ, ତେଲୁଗୁ ଏବଂ ହିନ୍ଦୀରେ ରିଲିଜ୍ ହେବାକୁ ଯାଉଛି। ଏହି ଚଳଚ୍ଚିତ୍ରରେ ପ୍ରଶାନ୍ତ, ପ୍ରଭାସ ଦେବ, ମୋହନ, ଜୟରାମ, ସ୍ନେହା, ଲୈଲା, ଅଜମଲ ଅମିର ଏବଂ ମୀନାକ୍ଷୀ ଚୌଧୁରୀ ପ୍ରମୁଖ ଭୂମିକାରେ ନଜର ଆସିବେ।

ଭେଙ୍କଟ କେ. ନାରାୟଣ ଏବଂ କେଭିଏନ୍ ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ‘ଥାଲାପାଥି ୬୯’ ପାଇଁ ସଂଗୀତ ରଚନା କରିଛନ୍ତି ଅନିରୁଦ୍ଧ। ଏହି ଚଳଚ୍ଚିତ୍ରଟି ଅକ୍ଟୋବର ୨୦୨୫ରେ ମୁକ୍ତିଲାଭ କରିବାର ଯୋଜନା ରହିଛି।

 

 

Leave A Reply

Your email address will not be published.