Latest Odisha News

ଦକ୍ଷିଣ ଭାରତର ୩୦୦କୋଟି ବିଜେଟ ଫିଲ୍ମରେ ବବି ହେବେ ଖଳନାୟକ

ମୁମ୍ବାଇ: ଆନିମଲ ଫିଲ୍ମରେ ଖଳନାୟକ ଭୂମିକା କରିଥିବା ବବି ଦେଓଲଙ୍କ ଚର୍ଚ୍ଚା ଏବେ ସବୁଠାରେ । ବଲିଉଡ ପରେ ଏବେ ସାଉଥ ଫିଲ୍ମରୁ ବବିଙ୍କୁ ଡାକରା ଆସିଲାଣି । ମହାନ ନିର୍ଦ୍ଦେଶକ ରବୀନ୍ଦ୍ର ବବିଙ୍କ ନିର୍ଦ୍ଦେଶନାରେ ଏକ ବିଗ ବଜେଟ ଫିଲ୍ମ ନିର୍ମିତ ହେଉଛି । ନନ୍ଦମୁରୀ ବାଲାକ୍ରିଷ୍ଣାଙ୍କ ଏହା ୧୦୯ତମ ଫିଲ୍ମ ହୋଇଥିବାରୁ ରବୀନ୍ଦ୍ର ଏହାର ନାମ ସାମୟିକ ଭାବେ ଏନବିକେ ୧୦୯ ରଖିଛନ୍ତି । ୩୦୦ କୋଟି ମେଗା ବଜେଟରେ ନିର୍ମିତ ହେଉଥିବା ଏହି ଫିଲ୍ମରେ ବବିଙ୍କୁ ଖଳନାୟମ ଭୂମିକାର ଅଫର ଆସିଛି । ରିପୋର୍ଟ ମୁତାବକ ବବି ମଧ୍ୟ ଏଥିରେ ରାଜି ହୋଇଥିବା ଜଣାପଡିଛି ।

ଏହି ଫିଲ୍ମ ଯଦି ବକ୍ସ ଅଫିସରେ ଭଲ ବ୍ୟବସାୟ କରେ ତେବେ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଏକ ଦମଦାର ଖଳନାୟକ ମିଳିିଯିବ ବୋଲି ଆଲୋଚନା ହେଉଛି । ଉର୍ବଶୀ ରୌତେଲା ମଧ୍ୟ ଏହି ଫିଲ୍ମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିବାକୁ ଯାଉଛନ୍ତି । ଆନିମଲ ଫିଲ୍ମରେ ବବି ଏକ ମୂକ ଖଳନାୟକ ଭୂମିକା ସଫଳତାର ସହ ତୁଲାଇଛନ୍ତି । ଏହି ଫିଲ୍ମ ତାଙ୍କ କ୍ୟାରିୟରକୁ ଏକ ନୂତନ ଦିଗ ପ୍ରଦାନ କରିଛି ।

Comments are closed.