ଭଦ୍ରକ: ଭଣ୍ଡାରୀପୋଖରୀ ମଣିନାଥପୁର ଗାଁର ମଶାଣିରେ ସମାଧି ଦିଆଯାଇଥିବା ଶବଗୁଡିକ ନିଖୋଜ ହୋଇଯାଉଛନ୍ତି। ବର୍ଷେ ପରେ ପୁଣିଥରେ ସମାନ ଘଟଣାର ପୁନରାବୃତି ହୋଇଛି। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅଜବ ଏବଂ ଉଦବେଗଜନକ ସ୍ଥିତି ଉପୁଜିଛି। ମୃତଦେହ ଗୋଟିଏ ପରେ ଗୋଟିଏ ନିଖୋଜ ହୋଇଯିବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ ମଶାଣିରେ ଦିଆଯାଇଥିବା ସମାଧି ଭିତରୁ ତିନୋଟି ମୃତଦେହ ନିଖୋଜ ଥିବା ଜଣାପଡିଛି। ନିଖୋଜ ହୋଇଯାଇଥିବା ପ୍ରଥମ ଶବ ହେଉଛି ଦୁଇ ମାସ ପୂର୍ବେ ମୃତ୍ୟୁବରଣ କରିଥିବା ଶ୍ରୀକାନ୍ତ ବେହୁରିଆ। ତା’ପରେ ଅକ୍ଷୟ ବେହେରା ଏବଂ ଦିନବନ୍ଧୁ ନାଥ ନାମକ ଦୁଇ ଗ୍ରାମବାସୀଙ୍କର ଦେହାନ୍ତ ହୋଇଥିଲା ଏବଂ ସେମାନଙ୍କ ମୃତଦେହକୁ ସମାଧି ଦିଆଯାଇଥିଲା। ଏବେ ସେମାନଙ୍କ ମୃତଦେହ ନିଖୋଜ ହୋଇଯାଇଛି।
ଗ୍ରାମବାସୀ ଭୟଭୀତ ଓ ଆତଙ୍ ଅବସ୍ଥାରେ ଅଛନ୍ତି। କିଏ ଏବଂ କାହିଁକି ଶବ ନେଉଛନ୍ତି ଜାଣନ୍ତି ନାହିଁ। କେତେକ ଗ୍ରାମବାସୀ ସନ୍ଦେହ କରୁଛନ୍ତି ଯେ ଏହା ଗୁଣିଆଙ୍କ କାର୍ଯ୍ୟ ହୋଇଥାଇପାରେ ଅନ୍ୟମାନେ ବିଶ୍ୱାସ କରନ୍ତି ଯେ ଏହା ଏକ ରାକେଟ୍ ଯାହା ମେଡିକାଲ କଲେଜଗୁଡ଼ିକର ଲ୍ୟାବରେ ମୃତଦେହ ଯୋଗାଉଛି।
ପୋଲିସ ଏ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛି, କିନ୍ତୁ ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇପାରି ନାହିଁ।
Comments are closed.