Latest Odisha News

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ପୋଖରୀପୁଟରେ ଅଘଟଣ। ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର। ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।

ମୃତ ଦୁଇ ଛାତ୍ର ହେଲେ ଶୁଭମ ଜେନା ଏବଂ ପ୍ରକାଶ ମହାରଣା। ପ୍ରାଥମିକ ସୂଚନା ଅନୁଯାୟୀ, ଉଭୟଙ୍କ ବୟସ ୧୫ ବର୍ଷ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲେ। କିନ୍ତୁ ସେଠାରେ ତାଙ୍କୁ ମୃତ ଘୋଷଣା କରାଗଲା। ଘଟଣାର କାରଣ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି।

Comments are closed.