Latest Odisha News

BREAKING NEWS

ରାଉରକେଲା: କୂଅ ମଧ୍ୟରୁ ମହିଳାଙ୍କ ସମେତ ୪ ପିଲାଙ୍କ ମୃତଦେହ ଉଦ୍ଧାର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଶନିବାର ଦିନ ନିକଟସ୍ଥ ଏକ ଘରର କୂଅ ଭିତରେ ଜଣେ ମହିଳାଙ୍କ ସହିତ ତାଙ୍କର ୪ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନାନୁଯାୟୀ ଆଜି ସକାଳୁ ମହିଳାଙ୍କ ସ୍ୱାମୀ ଘରେ ପହଞ୍ଚି ଘର ଭିତରେ ରକ୍ତ ଛିଟା ସହିତ ମୃତଦେହ କୁଅରେ ପଡ଼ିଥିବା ଦେଖିବାକୁ ପାଇଥିଲେ ।

ଖବର ପାଇ ସ୍ଥାନୀୟ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପକ୍ଷରେ କେହି ଦୁର୍ବୃତ୍ତ ଉକ୍ତ ମହିଳାଙ୍କ ସମେତ ତାଙ୍କର ୪ ଜଣ ପିଲାଙ୍କୁ ହତ୍ୟା କରିବା ପରେ ସେମାନଙ୍କୁ କୂଅରେ ଫୋପାଡି ଦେଇଥିବା ନେଇ ପୋଲିସ ସନ୍ଦେହ ପ୍ରକାଶ କରିଛି ।

Leave A Reply

Your email address will not be published.