Latest Odisha News

BREAKING NEWS

ରାଉରକେଲା: ପରେଡ ଦେଖି ଫେରିବା ବେଳେ ସଡକ ଦୁର୍ଘଟଣାରେ ୨ମୃତ

ରାଉରକେଲା : ରାଉରକେଲା ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନାନୁଯାୟୀ ସାଧାରଣତନ୍ତ୍ର ଦିବସ ଅବସରରେ ୨ଜଣ ଛାତ୍ର ପରେଡ ଦେଖି ଘରକୁ ଫେରୁଥିବା ବେଳେ ରାଉରକେଲାର ଫର୍ଟିଲାଇଜର ଟାଉନସିପ୍ ନିକଟରେ ଏକ ଟାଟା ଏସି ଗାଡି ଦୁଇ ଜଣଙ୍କୁ ଧକ୍କା ଦେଇଥିଲା।

ମୃତ ଦୁଇ ଛାତ୍ର ରାଉରକେଲାସ୍ଥିତ ଇସ୍ପାତ ଇଂଲିଶ ମିଡିୟମ୍ ସ୍କୁଲର ଛାତ୍ର ବୋଲି ସୁତ୍ରରୁ ପ୍ରକାଶ ।

ଘଟଣାସ୍ଥଳରେ ଦୁଇ ଜଣ ପ୍ରାଣ ହରାଇଥିଲେ ବେଳେ ଏହି ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିବା ନେଇ ସୂଚନା ମିଳିଛି।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଟାଟା ଏସି ଗାଡିକୁ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.