Latest Odisha News

BREAKING NEWS

ଆନ୍ତଃ ବିଶ୍ୱ ବିଦ୍ୟାଳୟ ବଡି ବିଲଡିଙ୍ଗ: ସ୍ୱର୍ଣ୍ଣ ବିଜେତା ଶୁଭ୍ରାଶିଷ ସମ୍ବର୍ଦ୍ଧିତ

ପୁରୀ: କର୍ଣ୍ଣାଟକର ମାଙ୍ଗାଲୋରଠାରେ ଅନୁଷ୍ଠିତ ସର୍ବଭାରତୀୟ ଆନ୍ତଃ ବିଶ୍ୱ ବିଦ୍ୟାଳୟରେ ସ୍ୱର୍ଣ୍ଣ ପଦକ ଜିତିଥିବା ପୁରୀର ଶୁଭ୍ରାଶିଷ ଚିନାରାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଚଳିତ ମାସ ୨୦ରୁ ୨୨ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ଚାମ୍ପିୟନଶିପର ୭୫ରୁ ୮୦ କିଗ୍ରା ବିଭାଗରେ ଶୁଭ୍ରାଶିଷ ଚମତ୍କାର ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ଜିତିଥିଲେ । ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଚିନାରାଙ୍କୁ ସମ୍ବର୍ଦ୍ଧିତ କରିବା ସହ ସେ ଆହୁରି ସଫଳତା ଆଣିବାକୁ ପ୍ରେରଣା ଯୋଗାଇଥିଲେ । ନିଷ୍ଠା, ଆନ୍ତରିକତା ଓ ପ୍ରତିବଦ୍ଧତାକୁ ବଜାୟ ରଖିବା ସହ ଜିଲ୍ଲା ତଥା ରାଜ୍ୟ ପାଇଁ ଅଧିକରୁ ଅଧିକ ପଦକ ଜିତିବା ପାଇଁ ସେ ଶୁଭ୍ରାଶିଷଙ୍କୁ କହିଥିଲେ ।

ଏହି ସମ୍ବର୍ଦ୍ଧନା ଉତ୍ସବରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ, ବାର ଆସୋସିଏଶନର ସଭାପତି ବିଭୁତି ଶଙ୍କର ତ୍ରିପାଠୀ, ଶାରଦା ପ୍ରସାଦ ସାମଲ, ହରିହର କର ଓ ରଘୁନାଥ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଶୁଭ୍ରାଶିଷ ଆଗକୁ ଆହୁରି ଭଲ ପ୍ରଦର୍ଶନ କରିବେ ବୋଲି କହିଥିଲେ ।

Leave A Reply

Your email address will not be published.