Latest Odisha News

BREAKING NEWS

Elephant Death:ପୁଣି ଏକ ହାତୀର ମୃତଦେହ ଉଦ୍ଧାର,କାରଣ ଅସ୍ପଷ୍ଟ

ଢେଙ୍କାନାଳ:ହିନ୍ଦୋଳ ବନାଞ୍ଚଳ ବମ୍ଫା ଅନ୍ଧାରି ପୀଠ ନିକଟରେ ଏକ ହାତୀର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।ମୃତ ହାତୀର ବୟସ ୨୫ରୁ ୩୦ ବର୍ଷ ହେବ । ଘଟଣାସ୍ଥଳରେ ପହଞ୍ଚିଛନ୍ତି ବନବିଭାଗ କର୍ମଚାରୀ ଓ ହିନ୍ଦୋଳ ରେଞ୍ଜର । ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ଜଣାପଡିବ ।

ପୁଣି ଏକ ହାତୀର ମୃତ୍ୟୁକୁ ନେଇ  ଅଞ୍ଚଳରେ ଚିନ୍ତା ବଢ଼ିଛି । ତେବେ ଶିକାରୀର ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବଜ୍ରପାତ ଯୋଗୁ ମୃତ୍ୟୁ ହୋଇଥାଇପାରେ ବୋଲି ଅନୁମାନ କରୁଛି ବନବିଭାଗ । ତେବେ ପ୍ରାଥମିକ ଭାବେ ଦୁଇଟି ସମ୍ଭାବନା ଉପରେ ତଦନ୍ତ ଚାଲିଛି ।

Leave A Reply

Your email address will not be published.