ପୁରୀ: କାର୍ ପାର୍କିଂରେ ମୃତଦେହ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀରେ । ଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥିତ ମଲ୍ଟିଲେଭେଲ୍ କାର୍ ପାର୍କିଂରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ଜଣେ ପୂଜାରୀ ବୋଲି ଜଣାପଡିଛି । ସେ ପ୍ରତ୍ୟେକ ଦିନ ପାର୍କିଂକୁ ଆସି ଗାଡ଼ି ଗୁଡିକର ପୂଜା କରି ଟଙ୍କା ନିଅନ୍ତି ।
ଅନେକ ସମୟରେ ସେ ପାର୍କିଂରେ ରାତ୍ରି ଯାପନ କରନ୍ତି । ଆଜି ଅଚେତ ଅବସ୍ଥାରେ ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ତେବେ ମୃତକ ଜଣକଙ୍କ ପରିଚୟ ସଞ୍ଜୀବ ପଣ୍ଡା ବୋଲି ଜଣାପଡ଼ିଛି । ସେ ଡିସ୍ ପେପସିଆ ରୋଗରେ ପୀଡ଼ିତ ଥିଲେ ବୋଲି ତାଙ୍କ ବ୍ୟାଗ୍ ଯାଞ୍ଚ ବେଳେ ଏକ ପ୍ରେସକ୍ରିପ୍ସନରୁ ଜଣାପଡିଛି । ଘଟଣାର ଅଧିକ ତଦନ୍ତ କରୁଛି ପୋଲିସ ।
