Latest Odisha News

BREAKING NEWS

ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା, ପତ୍ନୀଙ୍କ ଅବସ୍ଥା ଗୁରୁତର

ସୋର (ବାଲଶ୍ୱର): ଅବସରପ୍ରାପ୍ତ ଅଧ୍ୟାପକଙ୍କୁ ହତ୍ୟା ଅଭିଯୋଗ । ବିଲ ଭିତରୁ ମିଳିଲା କ୍ଷତାକ୍ତ ମୃତଦେହ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ବାଲିଖଣ୍ଡ ବଜାର ନିକଟରେ ବିଲ ଭିତରୁ ମିଳିଛି ମୃତଦେହ । ମୃତକଙ୍କ ନାଁ ଆନନ୍ଦ ବିହାରୀ ପତ୍ରୀ । ତାଙ୍କ ପତ୍ନୀ ସନ୍ଧ୍ୟାରାଣୀ ପତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଘର ଭିତରୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଆଜି ସକାଳେ ଉଲଗ୍ନ ଅବସ୍ଥାରେ ବାଲିଖଣ୍ଡ ବଜାର ନିକଟ ବିଲ ଭିତରେ ଜଣେ ବ୍ୟକ୍ତିଙ୍କର କ୍ଷତାକ୍ତ ମୃତଦେହ ଦେଖିବାକୁ ମିଳିଥିଲା । ଏହାପରେ ଆନନ୍ଦ ବିହାରୀ ପତ୍ରୀଙ୍କୁ ଚିହ୍ନଟ କରିଥିଲେ ସ୍ଥାନୀୟ ଲୋକ । ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ମାରଣାସ୍ତ୍ରରେ ଆକ୍ରମଣର ଚିହ୍ନ ରହିଛି ।

ଏହାପରେ ସ୍ଥାନୀୟ ଲୋକ ଘରକୁ ଯାଇ ଦେଖିଲା ବେଳକୁ ଘର ଭିତରେ ଗୁରୁତର ଅବସ୍ଥାରେ ତାଙ୍କ ପତ୍ନୀ ପଡ଼ିଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ କିଏ ଓ କାହିଁକି ଦମ୍ପତିଙ୍କ ଉପରେ ଆକ୍ରମଣ କଲା କାରଣ ଜଣା ପଡିନି । ପୋଲିସ ଖୋଳତାଡ ଜାରି ରଖିଛି ।

ଆନନ୍ଦ ବିହାରୀ ପତ୍ରୀ ବାଲିଖଣ୍ଡ ସଂସ୍କୃତ କଲେଜରେ ଅଧ୍ୟାପକ ଥିଲେ । କିଛି ବର୍ଷ ତଳେ ସେ ଅବସର ନେଇଛନ୍ତି । ବାଲିଖଣ୍ଡ ବଜାର ନିକଟରେ ଘର କରି ସ୍ତ୍ରୀଙ୍କ ସହ ରହୁଥିଲେ । ତାଙ୍କର ଗୋଟିଏ ପୁଅ । ସେ ବାହାରେ ରହୁଛନ୍ତି । ଚୋରି କରିବାକୁ ନା ପୂର୍ବ ଶତ୍ରୁତାରୁ କେହି ଆନନ୍ଦ ବିହାରୀ ପତ୍ରୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ କଲା ସ୍ପଷ୍ଟ ହୋଇନି ।

Leave A Reply

Your email address will not be published.