Latest Odisha News

BREAKING NEWS

ଆଜିଠୁ ରାଜ୍ୟରେ ସକାଳୁଆ ସ୍କୁଲ

ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହକ ଦୃଷ୍ଟିରେ ରଖି ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ । ସକାଳ ସାଢ଼େ ୬ଟାରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହୋଇଛି । ସେହିପରି ସକାଳ ୭ଟାରୁ ସାଢ଼େ ୧୧ଟା ଯାଏ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ୍ ଚାଲିଛି । ଖରା ବଢୁଥିବାରୁ ସକାଳୁଆ କ୍ଲାସ୍ ନେଇ ପୂର୍ବରୁ ଘୋଷଣା କରିଥିଲା ଗମଶିକ୍ଷା ବିଭାଗ ।

ଏବେ ରାଜ୍ୟରେ ଡେଉଁଛି ପାରଦ, ବଢୁଛି ତାତି । ବିଭିନ୍ନ ସ୍ଥାନରେ ପାରଦ ୪୨ ଡିଗ୍ରୀ ଡେଇଁଲାଣି । ଆଗକୁ ତାପମାତ୍ରା ଅଧିକ ବଢ଼ିବା ସମ୍ଭାବନା ରହିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଗକୁ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୪-୫ ଡିଗ୍ରୀ ସେଲସିୟସ୍ ଅଧିକ ରହିବ । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପିଲାଙ୍କ ସୁବିଧା ପାଇଁ ସକାଳୁଆ ସ୍କୁଲ ବ୍ୟବସ୍ଥା କରିଛି ଗଣଶିକ୍ଷା ବିଭାଗ ।

Leave A Reply

Your email address will not be published.