Latest Odisha News

BREAKING NEWS

ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର

ପାରାଦୀପ: ଅଖା ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର । ଜଗତସିଂହପୁର ଜିଲ୍ଲା ଏରସମା ଥାନା କୁଞ୍ଜକୋଠି ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରୁ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ଘର ଅଜଗରବେଦୀ ଗାଁର ବୋଲି ସୂଚନା ମିଳିଛି । ତାଙ୍କୁ ହତ୍ୟା ପରେ ଅଖା ଭିତରେ ଭର୍ତ୍ତି କରାଯାଇଥିବା ସନ୍ଦେହ କରାଯାଉଛି ।

ଅଖା ସହ ମୃତଦେହକୁ କୁଆଡ଼େ ଫିଙ୍ଗିବା ପାଇଁ ଷଡଯନ୍ତ୍ର ହୋଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଖୋଳତାଡ ଚଳାଇଛି । ଏହି ଘଟଣାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରହିଛି ।

Leave A Reply

Your email address will not be published.