Latest Odisha News

ପୂର୍ବତନ ସରପଞ୍ଚଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଅନୁଗୁଳ: ଘର ସାମ୍ନାରୁ ଉଦ୍ଧାର ହେଲା ପୂର୍ବତନ ସରପଞ୍ଚଙ୍କ ମୃତଦେହ । ମୃତକ ହେଉଛନ୍ତି ଜେରଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ବିଭୂତି ଗଡ଼ନାୟକ । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ଜରପଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ, ଗତକାଲି ରାତିରେ ନିଜ ଘର ଛାତ ଉପରେ ଶୋଇଥିଲେ ବିଭୂତି । ଆଜି ସକାଳୁ ସକାଳୁ ନିଜ ଘର ତଳୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଅଚାନକ କିପରି ତାଙ୍କର ମୃତ୍ୟୁ ହେଲା ସେନେଇ ସନ୍ଦେହ ଲାଗି ରହିଥିବା ବେଳେ ଛାତ ଉପରୁ ପଡି ତାଙ୍କର ମୃତ୍ୟୁ ହୋଇଥିବ ବୋଲି କୁହାଯାଉଛି । ସେପଟେ କିନ୍ତୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ବିଭୂତି ବିଜେଡି କର୍ମୀ ଥିଲେ । ଗତକାଲି କିଛି ଦଳିୟ କର୍ମୀଙ୍କ ସହ ତାଙ୍କର ଯୁକ୍ତିତର୍କ ହୋଇଥିଲା । ଏନେଇ ଥାନାରେ ମଧ୍ୟ ଅଭିଯୋଗ ଦିଆଯାଇଥିଲା । ତେଣୁ ଏହା ଏକ ହତ୍ୟା କାଣ୍ଡ ବୋଲି କହିଛନ୍ତି ପରିବାର ଲୋକେ । ତେବେ ମୃତଦେହ ଉଦ୍ଧାର ବେଳେ ବିଭୂତିଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଥିବା ଜଣାପଡିଛି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.