Latest Odisha News

କଟକରୁ ନିଖୋଜ ଥିଲେ ଯୁବକ, ଭୁବନେଶ୍ୱରରୁ ମିଳିଲା ମୃତଦେହ

ଭୁବନେଶ୍ୱର: କଟକରୁ ନିଖୋଜ ଥିଲେ ଯୁବକ । ଭୁବନେଶ୍ୱରରୁ ମିଳିଲା ମୃତଦେହ । କଟକରୁ ନିଖୋଜ ଯୁବକଙ୍କ ମରଶରୀର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶୈଳଶ୍ରୀବିହାର ଅଞ୍ଚଳରୁ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ଅଭିଷେକ ନାୟକ । ଦୁଇ ଦିନ ତଳେ ସେ କଟକରୁ ନିଖୋଜ ଥିଲେ । ହୋଟେଲ କର୍ମଚାରୀ ତାଙ୍କ ରୁମର କବାଟ ବାଡେଇବା ପରେ ସେ ଖୋଲି ନଥିଲେ । ଏନେଇ ପୋଲିସକୁ ଖବର ଦେଇଥିଲେ ହୋଟେଲ୍ କର୍ମଚାରୀ ।

ପୋଲିସ ପହଞ୍ଚି କବାଟ ଖୋଲିବା ପରେ ଅଭିଷେକଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ତାଙ୍କ ମୃତ୍ୟୁକୁ ନେଇ ଏବେ ସସପେନ୍ସ । ସେ ଆତ୍ମହତ୍ୟା କରିଛନ୍ତି ନା କେହି ତାଙ୍କୁ ହତ୍ୟା କରିଛି ସେନେଇ ଦ୍ୱନ୍ଦ୍ୱ । ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ରହିଛି ? ମୃତଦେହକୁ ଜବତ କରି କ୍ୟାପିଟାଲ ହସ୍ପିଟାଲରୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ ଖୋଳତାଡ କରୁଛି ଚନ୍ଦ୍ରଶେଖରପୁର ଥାନା ପୋଲିସ ।

Leave A Reply

Your email address will not be published.