Latest Odisha News

BREAKING NEWS

ମହାମାରୀ ସମୟରେ ଫର୍‌ହା ଖାନଙ୍କୁ ଆମ୍ବ କିଣିବା ପଡ଼ିଲା ମହଙ୍ଗା

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଲୋକଙ୍କୁ ଘରେ ରହିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଉଛନ୍ତି। କେବଳ ଜରୁରୀ କାମ ଥିଲେ ଘରୁ ବାହାରକୁ ଯିବାକୁ ଅନୁମତି ଦିଆଯାଇଛି। ତେବେ କରୋନା ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ତଥା ନିର୍ମାତା-ନିର୍ଦ୍ଦେଶକ ଫରାହ ଖାନଙ୍କ ଆମ୍ବ କିଣାକୁ ନେଇ ଟ୍ରୋଲ କରାଯାଉଛି।

ବାସ୍ତବରେ, ଫରାହ ଖାନ ମଙ୍ଗଳବାର ଆମ୍ବ କିଣିବାକୁ ଘରୁ ବାହାରକୁ ଆସିଥିଲେ, କିନ୍ତୁ କରୋନା ମହାମାରୀ ମଧ୍ୟରେ ଫରାହ ଖାନ ଘରୁ ବାହାରକୁ ଆସି ଆମ୍ବକୁ ଯେଉଁଭଳି ଭାବରେ ପରଖି କିଣିଥିଲେ ସେଥିପାଇଁ ତାଙ୍କୁ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ କରାଯାଉଛି।

ସେ ଯେଉଁ ଭଳି ଭାବରେ ରାସ୍ତାରେ ମାସ୍କ କାଢି ଆମ୍ବକୁ ପରଖୁଥିଲେ ସେଥିପାଇଁ ତାଙ୍କୁ ଟ୍ରୋଲ୍‌ର ଶିକାର ହେବାକୁ ପଡ଼ିଛି। ଫରହା ଖାନଙ୍କ ଆମ୍ବ କ୍ରୟ ଭିଡିଓ ଭାଇରାଲ ହେଉଛି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ ଏଠାରେ ମନ୍ତବ୍ୟ ଦେଇ ଫରାହ ଖାନଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.