ଯାଜପୁର: ଜଗତସିଂହପୁରର ନିଖୋଜ ସିଆରପିଏଫ ଯବାନଙ୍କ ମୃତଦେହ ଉଦ୍ଧାର ହୋଇଛି। ଯାଜପୁର ଧାନମଣ୍ଡଳ ସ୍ଥିତ ପାହାଡ଼ରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଏହାପୂର୍ବରୁ ପାହାଡ଼ କଡ଼ ରାସ୍ତାରୁ ଯବାନଙ୍କ ବାଇକ୍ ମିଳିଥିଲା। ମୃତକ ହେଉଛନ୍ତି ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର ସୂର୍ଯ୍ୟକାନ୍ତ କୁଅଁର।
ତାଙ୍କ ପତ୍ନୀଙ୍କ କହିବାନୁସାରେ, ଏପ୍ରିଲ ୧୭ ତାରିଖରେ ତାଙ୍କ ଜେଜେମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପରଠାରୁ କୁଅଁର ନିଖୋଜ ହୋଇଯାଇଥିଲେ। ସେ ଛୁଟିରେ ଗାଁକୁ ଆସିଥିଲେ। ହେଲେ ସେ ହଠାତ ନିଯୋଜ ହୋଇଯିବା ପରେ ଥାନାରେ ଏତଲା ଦେଇଥିଲେ।
ତାଙ୍କୁ ଖୋଜିବା ପାଇଁ ବହୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୂର୍ଯ୍ୟକାନ୍ତଙ୍କର ଖୋଜଖବର ମିଳିପାରିନଥିଲା। ପରେ ଯାଜପୁର ବଡଚଣା ପୁଲିସ ସୀମାରେ ଥିବା ଧାନମଣ୍ଡଳ ପାହାଡ଼ ନିକଟରୁ ପ୍ରଥମେ ତାଙ୍କର ଗାଡି ଉଦ୍ଧାର ହୋଇଥିଲା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
ତେବେ ସେ ଆତ୍ମହତ୍ୟା କରିଛନ୍ତି କିଏ ତାଙ୍କୁ ମାରି ଆତ୍ମହତ୍ୟାର ରୂପ ଦେଇଛି ତାକୁ ନେଇ ସନ୍ଦେହ ବଢ଼ିଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ପରେ ପ୍ରକୃତ କାରଣ ଜଣାପଡ଼ିବ। ଯଦି ସେ ଆତ୍ମହତ୍ୟା କରିଥିବେ ତାହେଲେ ପାରିବାରିକ ସମସ୍ୟା ନା ଆଉ କଣ ଥିଲା ତାହା ଏବେ ତଦନ୍ତ ସାପେକ୍ଷ।
ସିଆରପିଏଫ ଯବାନଙ୍କ ମୃତଦେହ ମିଳିବା ପରେ ତାଙ୍କ ଗାଁରେ ଶୋକର ଛାୟା ଖେଳିଯାଇଛି। ପୋଲିସ ଏହି ମାମଲାରେ ତଦନ୍ତ କରୁଛି।
Comments are closed.