Latest Odisha News

BREAKING NEWS

ସାଢେ ୧୧ଟା ସୁଦ୍ଧା ଝାରସୁଗୁଡା ଉତ୍ତପ୍ତ ଜିଲ୍ଲା; ତାପମାତ୍ରା ୪୧ ଟପିଲା

ଭୁବନେଶ୍ୱର: ସକାଳୁ ସକାଳୁ ଜାଳି ଦେଲାଣି ଖରା । ଅସହ୍ୟ ହେଲାଣି ତାତି । ଘରୁ ବାହାରିବା ମୁସ୍କିଲ ହୋଇପଡିଲାଣି । ସକାଳ ୮ଟାରୁ ପାରଦ ୩୦ ଉପରେ । ସାଢେ ୧୧ଟା ବେଳକୁ ୪୦ । ସକାଳ ସାଢେ ୮ଟା ସୁଦ୍ଧା ଝାରସୁଗୁଡା ତାପମାତ୍ରା ୩୪ ଡିଗ୍ରୀ ଥିବାବେଳେ ରାଜଧାନୀ ଭୁବନେଶ୍ୱରରେ ୩୧ ଡିଗ୍ରୀ ରହିଛି । ସେହିପରି କେନ୍ଦୁଝରରେ   ୩୩.୬ ଡିଗ୍ରୀ ସେଲସିୟସ ଥିଲା ।

BjdElectrycity

ହେଲେ ସାଢେ ୧୧ଟା ବେଳକୁ ପାଖାପାଖି ୮  ଡିଗ୍ରୀ ବଢି ଯାଇଥିଲା ତାପମାତ୍ରା । ଆଞ୍ଚଳିକ ପାଣିପାଗ ସୂଚନା ଅନୁଯାୟୀ, ପୂର୍ବାହ୍ନ ୧୧.୩୦ ବେଳକୁ ଝାରସୁଗୁଡାର ତାପମାତ୍ର ୪୧.୪ ଡ଼ିଗ୍ରୀ ଛୁଇଁଥିବାବେଳେ  ଭୁବନେଶ୍ୱର ୪୦.୨ ଡ଼ିଗ୍ରୀ, ଚାନ୍ଦବାଲି ୩୯.୬ ଡ଼ିଗ୍ରୀ, କେନ୍ଦୁଝର ୩୯.୬ ଡ଼ିଗ୍ରୀ, ବାଲେଶ୍ୱର ୩୮.୬ ଡ଼ିଗ୍ରୀ, ସମ୍ବଲପୁର ୩୮.୬ ଡ଼ିଗ୍ରୀ, ହୀରାକୁଦ ୩୭.୪ ଡ଼ିଗ୍ରୀ, ପୁରୀ ୩୪ ଡ଼ିଗ୍ରୀ, ପାରାଦୀପ ୩୩ ଡିଗ୍ରୀ ଏବଂ ଗୋପାଳପୁର ୩୨.୬ ଡ଼ିଗ୍ରୀ ଛୁଇଁଛି । ଦିନର ତାପମାତ୍ରା ଆହୁରି ବଢିବାର ସମ୍ଭାବନା ରହିଛି । ଏପରି ପରିସ୍ଥିତିରେ ରାଜ୍ୟବାସୀ ଛଟପଟ ହେଇଯାଉଛନ୍ତି ।

ପ୍ରବଳ ଖରାର ପ୍ରକୋପ ସହି ନ ପାରି ସୁନ୍ଦରଗଡ ଜିଲ୍ଲା କୋଇଡା ସୋୟେମ୍ବା ବାଳିକା ଉଚ୍ଚ ବିଦ୍ୟାଳୟ  ହଷ୍ଟେଲର ୩୨ ଛାତ୍ରୀ ଅସୁସ୍ଥ ହୋଇପଡ଼ିଛନ୍ତି।  ଡାକ୍ତରଙ୍କ କହିବା ଅନୁସାରେ ପ୍ରବଳ ଖରା ଯୋଗୁଁ ଛାତ୍ରୀଙ୍କର ଖାଇବା ପିଇବାରେ ଅସୁବିଧା ଯୋଗୁ ଏପରି ସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପକ୍ଷେ ଖରାକୁ ଦେଖି ରାଜ୍ୟ ସରକାର ଆସନ୍ତାକାଲିଠାରୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି ।

ଅନ୍ୟପକ୍ଷେ ଆଜି ରାଜ୍ୟର ୬ଟି ଜିଲ୍ଲା ପାଇଁ ହିଟ ୱେଭ ଆଲର୍ଟ ଜାରି କରାଯାଇଛି । ସେହି ଜିଲ୍ଲାଗୁଡିକ ହେଇଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଓ ବୌଦ୍ଧ। ୨୧ ତାରିଖରେ ରାଜ୍ୟର ୮ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ରାୟଗଡା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହୋଇପାରେ । ସେହିପରି ୨୨ ଓ ୨୩ ତାରିଖରେ ବର୍ଷା ନେଇ ଆକଳନ କରାଯାଇଛି ।

Leave A Reply

Your email address will not be published.