Latest Odisha News

BREAKING NEWS

ପଠାନକୋଟ୍ ହେଲିକପ୍ଟର ଦୁର୍ଘଟଣା ମାମଲା, ୭୫ ଦିନ ପରେ ମିଳିଲା ପାଇଲଟଙ୍କ ମୃତଦେହ

ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖ, ପଂଜାବର ପଠାନକୋଟ ନିକଟରେ ଭାରତୀୟ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗଭୀର ରଂଜିତ ସାଗର ଡ୍ୟାମରେ ହେଲିକପ୍ଟରଟି ନିଖୋଜ ହେବା ପରେ ସେକେଣ୍ଡ ପାଇଲଟ୍ ତଥା କ୍ୟାପ୍ଟେନ୍ ଜୟନ୍ତ ଜୋଶୀଙ୍କର ଖୋଜ ଖବର ମିଳିପାରିନଥିଲା । ଶେଷରେ ଦୀର୍ଘ ୭୫ ଦିନ ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଭାରତୀୟ ସେନାବାହିନୀ ଓ ନୌସେନାର ମିଳିତ ସର୍ଚ୍ଚ ଅପରେସନରେ ଆଜି ଗଭୀର ଜଳରେ ପାଇଲଟଙ୍କ ମୃତଦେହ ଠାବ ହୋଇଥିଲା । ଖୋଳତାଡ ପାଇଁ ମିଳିତ ସେନାବାହିନୀ ଆର୍ଟ ମଲ୍ଟି ବିମ୍ ସୋନାର୍‌ର ସହାୟତା ନେଇଥିଲା । ରିମୋଟ୍ ଦ୍ୱାରା ପରିଚାଳିତ ରୋବୋଟିକ୍ ଗାଡି ଓ ପ୍ରଶିକ୍ଷୀତ ବୁଡାଳିଙ୍କ ଜରିଆରେ ୬୫ରୁ ୭୦ ମିଟର ଗଭୀରରେ ପାଇଲଟ୍ ଜୟନ୍ତ ଜୋଶୀଙ୍କ ମୃତଦେହର ସନ୍ଧାନ ମିଳିଥିଲା ।

ସ୍ଥାନୀୟ ଡାକ୍ତରୀମାଇନା ପରେ ମୃତଦେହକୁ ପରୀକ୍ଷଣ କରିବା ଲାଗି ପଠାନକୋଟର ମିଲିଟାରୀ ହସ୍ପିଟାଲକୁ ପଠାଯାଇଛି । ପୂର୍ବରୁ ଅନ୍ୟ ଜଣେ ପାଇଲଟଙ୍କ ମୃତଦେହକୁ ହେଲିକପ୍ଟର ଦୁର୍ଘଟଣାର ୧୨ ଦିନ ପରେ ଅର୍ଥାତ ଅଗଷ୍ଟ ୧୫’ ତାରିଖରେ ଉଦ୍ଧାର କରାଯାଇଥିଲା । ଭାରତୀୟ ସେନାବାହିନୀର ରୁଦ୍ର ହେଲିକପ୍ଟର ତାଲିମ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।

Leave A Reply

Your email address will not be published.