Latest Odisha News

ରେଭେନ୍ସା ପୂର୍ବ ଛାତ୍ରାବାସ ଶତବାର୍ଷିକୀ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର : ଆସନ୍ତା ଡିସେମ୍ବର ୨୪ ତାରିଖରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଐତିହ୍ୟ ସମ୍ପନ୍ନ ପୂର୍ବ ଛାତ୍ରାବାସର ଶତବାର୍ଷିକୀ । ଏଥିପାଇଁ ଅନୁଷ୍ଠିତ ହୋଇଛି ପ୍ରାକ୍ ପ୍ରସ୍ତୁତି ବୈଠକ । ଭୁବନେଶ୍ବର ଉପକଣ୍ଠ ଆସୋଟେକ୍ ପ୍ରାଇଡ ସଭାଗୃହରେ ଅନୁଷ୍ଠିତ ବୈଠକରେ ଶତବାର୍ଷିକୀ ପାଳନ ନେଇ ଆଲୋଚନା କରିଛନ୍ତି କାର୍ଯ୍ୟକାରିଣୀ କମିଟି ସଦସ୍ୟ ।

ଛାତ୍ରବାସର ଶତବାର୍ଷିକୀକୁ ବ୍ୟାପକ ଆକାରରେ ଆୟୋଜନ କରିବାକୁ ପୂରାତନ ଛାତ୍ରମାନେ ସଙ୍କଳ୍ପ ନେଇଛନ୍ତି । ଏହାସହ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ, ପୂରାତନ ତଥା ବର୍ତ୍ତମାନର ଛାତ୍ରଙ୍କୁ ବିଭିନ୍ନ ଦାୟିତ୍ବ ଦିଆଯିବା ସାଙ୍ଗକୁ ସହଯୋଗ ଲୋଡିଛନ୍ତି କାର୍ଯ୍ୟକାରିଣୀ କମିଟି ସଦସ୍ୟ । ଗତ ଅକ୍ଟୋବର ୧ ତାରିଖରେ ପୂରାତନ ଛାତ୍ରଙ୍କ ଏକ ପ୍ରତିନିଧି ଦଳ ଓ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଡିସେମ୍ବର ୨୪ ତାରିଖରେ ପୂର୍ବ ଛାତ୍ରାବାସର ଶତବାର୍ଷିକୀ ଉତ୍ସବ ପଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।

Leave A Reply

Your email address will not be published.