Latest Odisha News

BREAKING NEWS

ବାଣୀବିହାର ରେଳଧାରଣା କଡ଼ରୁ କ୍ଷତାକ୍ତ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ବାଣୀବିହାର ରେଳଧାରଣା କଡ଼ରୁ ଆଜି ଏକ କ୍ଷତାକ୍ତ ମୃତଦେହ ଜବତ କରିଛି ପୋଲିସ। ସ୍ଥାନୀୟ ଲୋକେ ମୃତଦେହ ଦେଖି ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଛି।

ମୃତକଙ୍କ ଦେହସାରା କ୍ଷତଚିହ୍ନ ରହିଥିବାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ପରିଚୟ ମିଳିପାରିନାହିଁ। ଯୁବକଙ୍କ ମୃତଦେହ ଏଠାରେ କେମିତି ପଡ଼ିଲା ଏହା ହତ୍ୟା ଆତ୍ମହତ୍ୟା, ସେନେଇ ସନ୍ଦେହ ବଢୁଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି।

Comments are closed.