Latest Odisha News

BREAKING NEWS

ଧାନବିଲରୁ ୨ଟି ହାତୀର ମୃତଦେହ ଠାବ

ସମ୍ବଲପୁର: ପୁଣି ହାତୀ ମୃତ୍ୟୁ । କୁଚିଣ୍ଡା ବାମରା ବନଖଣ୍ଡ ବଡ଼ରମା ରେଞ୍ଜ ତିଲେଇମାଲ ପତ୍ରା ଜଙ୍ଗଲ ନିକଟରୁ ୨ଟି ହାତୀଙ୍କ ମୃତଦେହ ମିଳିଛି । ଗୋଟିଏ ମାଈ ଓ ଗୋଟିଏ ଦନ୍ତାହାତୀର ମୃତଦେହ ମିଳିଥିବା ବେଳେ ହାତୀ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ଖବର ପାଇବା ପରେ ତଦନ୍ତ ଆରମ୍ଭ କରିଛି ବନ ବିଭାଗ ।

ଅନୁମାନ କରାଯାଉଛି, ଧାନ ବିଲରେ ପକା ଯାଇଥିବା କୀଟନାଶକ ମିଶା ଫସଲ ଖାଇବା ଯୋଗୁଁ ହାତୀଙ୍କ ମୃତ୍ୟୁ ହୋଇଛି । ତେବେ ବନ ବିଭାଗ ଏନେଇ ସ୍ପଷ୍ଟ କରି ନାହିଁ । ଅଧିକାଂଶ ସମୟରେ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହୁଥିବା ବଳେ ଫସଲ ନଷ୍ଟ ହୋଇଥାଏ ।

Leave A Reply

Your email address will not be published.