Latest Odisha News

BREAKING NEWS

ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଜଳେଶ୍ବର: ରାସ୍ତାକଡ଼ରୁ ଯୁବକଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର। ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ଇନ୍ଦିରା ଛକ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ଯୁବକଙ୍କ ପରିଚୟ ଅସ୍ପଷ୍ଟ ଥିବା ବେଳେ ମୃତଦେହ ନିକଟରୁ ଗୋଟିଏ ମୋବାଇଲ ଏବଂ ବ୍ୟାଙ୍କ ଜମା ରସିଦ ଜବତ କରିଛି ପୋଲିସ।

ପାରିପାର୍ଶ୍ୱିକ ସ୍ଥିତିରୁ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି। ବାଲେଶ୍ୱର ଜିଲ୍ଲାରେ ଏଭଳି ଘଟଣା ଘଟିଛି। ସୂଚନା ମୁତାବକ, ଆଜି ସକାଳେ ୬୦ ନମ୍ବର ଜାତୀୟ ରାଜପଥ ପାଖରେ ଜଣେ ଅଜଣା ଯୁବକଙ୍କ ରକ୍ତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ ସ୍ଥାନୀୟଲୋକେ। ଏହା ଦେଖି ତୁରନ୍ତ ବସ୍ତା ପୋଲିସକୁ ଖବର ଦେଇଥିଲେ।

ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ବସ୍ତା ପୋଲିସ। ସେଠାରେ ପହଞ୍ଚି ଯୁବକଙ୍କ ରକ୍ତାକ୍ତ ମୃତଦେହ ଜବତ କରିଛି ପୋଲିସ। ମୃତଦେହ ନିକଟରୁ ଏକ ମୋବାଇଲ ଏବଂ ବ୍ୟାଙ୍କ ଜମା ରସିଦ ଜବତ କରିଛି। ତେବେ ପାରିପାର୍ଶ୍ୱିକ ସ୍ଥିତିକୁ ଦେଖି ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି। ତଦନ୍ତ ପରେ ଅଧିକ ତଥ୍ୟ ମିଳିବ ବୋଲି କୁହାଯାଉଛି।

 

Comments are closed.