Latest Odisha News

BREAKING NEWS

[ଭିଡ଼ିଓ] ପାରାଦୀପ ବନ୍ଦର ପକ୍ଷରୁ ବୋଇତ ବନ୍ଦାଣ ଉତ୍ସବ ପାଳିତ

ପାରାଦୀପ :ଐତିହାସିକ ନୌବାଣିଜ୍ୟ ପରମ୍ପରାକୁ ନେଇ ବନ୍ଦର ନଗରୀ ପାରଦୀପ ମଧ୍ୟ ଚଳ ଚଞ୍ଚଳ ହୋଇ ଉଠିଥିଲା ।  ପାରାଦୀପ ବନ୍ଦରରେ ବହୁ ନିଡାମ୍ବର ସହକାରେ ବୋଇତ ବନ୍ଦାଣ ଓ ବନ୍ଦର ଉତ୍ସବ ପାଳିତ ହୋଇଯାଇଛି ।ଏହି ଉତ୍ସବରେ ଉତ୍କଳୀୟ ପରମ୍ପରାରା ନିଚ୍ଛକ ପ୍ରତିଛବି ସବୁ ଦେଖିବାକୁ ମିଳିଥିଲା । ସାତ ସାଧବ ପୁଅଙ୍କୁ ସାଧବ ବୋହୁ ମାନେ ବନ୍ଦାପନା କରିବା ସହ ବୋଇତ ବ୍ୟବସାୟ ପାଇଁ ମେଲାଣୀ ଦେଇଥିଲେ । ବାଜା ଶଙ୍ଖ ହୁଳହୁଳିରେ କମ୍ପି ଉଠିଥିଲା ପରିବେଶ । ବନ୍ଦର ଅଧ୍ୟକ୍ଷ ପି ଏଲ ହରନାଦ ପତାକା ଦେଖାଇ ଏହି ପାରମ୍ପରିକ ବୋଇତକୁ ବିଦାୟ ଦେଇଥିଲେ । ଅନ୍ୟପଟେ ଏହି ଉତ୍ସବରେ ବନ୍ଦରର ଆଗାମୀ ଦିନର ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ ବନ୍ଦର ଅଧ୍ୟକ୍ଷ । ବନ୍ଦରକୁ ମିଶନ ନମ୍ବର ୱାନରେ ପରିଣତ କରିବା ପାଇଁ ଚେଷ୍ଟା ଜାରି ରହିଛି ।୨ ହଜାର କୋଟି ଟଙ୍କାର ପ୍ରକଳ୍ପ କାମ ଖୁବଶୀଘ୍ର ସରିବାକୁ ଯାଉଛି । ଯାହା ଦ୍ୱାରା ୩୦ ମିଲିୟନ ଟନ୍ ଅଧିକ ପଣ୍ୟ ପରିବହନ କରାଯାଇ ପାରିବ ବୋଲି ବନ୍ଦର ଅଧ୍ୟକ୍ଷ କହିଛନ୍ତି ।

 

Leave A Reply

Your email address will not be published.