Latest Odisha News

BREAKING NEWS

ଆଜି ଶ୍ରାବଣ ଶେଷ ସୋମବାର: ବିଭିନ୍ନ ଶୖେବାଳୟରେ ଜଳ ଲାଗି କରୁଛନ୍ତି ବୋଲବମ୍ ଭକ୍ତ

ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ଶେଷ ସୋମବାର  । ଏଥିଲାଗି ପ୍ରାୟ ସମସ୍ତ ଶୈବାଳୟରେ କାଉଡିଆଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଛି  । ଭୁବନେଶ୍ବରର ବାବା ଲିଙ୍ଗରାଜଙ୍କ ପୀଠ କୁହନ୍ତୁ ବା ପୁରୀର ପ୍ରସିଦ୍ଧ ଶୈବପୀଠ ଶ୍ରୀଲୋକନାଥଙ୍କ ପୀଠ ସବୁଠି ନାହିଁ ନଥିବା ଗହଳି  । ଶ୍ରାବଣ ଶେଷ ସୋମବାରରେ ପ୍ରବଳ ବୋଲବମ ଭକ୍ତ ଜଳଲାଗି କରିଛନ୍ତି। ବୋଲବମ ଭକ୍ତଙ୍କ ସହ ସାଧାରଣ ଭକ୍ତ ମାନେ ମଧ୍ୟ  ଶ୍ରୀଲୋକନାଥଙ୍କ ଦର୍ଶନ କରିଛନ୍ତି  । ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି  । ଆଜି ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥଙ୍କ ପୀଠରେ ଜଳଲାଗି ପାଇଁ କାଉଡିଆଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।

ଗତକାଲି ରାତିରୁ ହିଁ ଜଳଲାଗି ପାଇଁ ଭିଡ ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ରାତି ସାଢେ ୧୨ଟାରୁ ଜଳଲାଗି ଆରମ୍ଭ ହୋଇଛି ।ସମସ୍ତ କାଉଡିଆଙ୍କ ପାଣିଭାର ରଖିବା ପାଇଁ ବ୍ୟବସ୍ଥା ହେବା ସହ ଆଶ୍ରୟସ୍ଥଳ ଓ ଫାଷ୍ଟଏଡ ଚିକିତ୍ସାର ମଧ୍ୟ ବ୍ୟବସ୍ଥା ହୋଇଛି । ବ୍ୟାରିକେଡ଼ରେ ରହି କାଉଡ଼ିଆମାନେ ଜଳଲାଗି କରୁଛନ୍ତି  । ଏଥିପାଇଁ ଶ୍ରୀଲୋକନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ,ସେବାୟତ ନିଯୋଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି  । ସାଧାରଣ ଭକ୍ତ ପୂର୍ବପରି ମୁଖ୍ୟ ଦ୍ଵାର ଦେଇ ପ୍ରବେଶ କରି ଦର୍ଶନ କରୁଛନ୍ତି। ସେପଟେ ଲୋକନାଥଙ୍କ ମନ୍ଦିରରେ ଜଳଲାଗି କରିବାର ସୁଯୋଗ ମିଳିଥିବାରୁ କାଉଡିଆ ମାନେ ନିଜକୁ ଧନ୍ୟ ମନେ କରିଛନ୍ତି  ।

Comments are closed.