Latest Odisha News

ବୋଲଗଡ଼ ଏଏସଆଇଙ୍କୁ ଗିରଫ କଲା ଭିଜିଲାନ୍ସ

ଭୁବନେଶ୍ୱର: ବୋଲଗଡ଼ ଥାନା ଏଏସଆଇଙ୍କୁ ଶୁକ୍ରବାର ଭିଜିଲାନ୍ସ ଲାଞ୍ଚ ନେଉଥିବା ଅଭିଯୋଗରେ ଗିରଫ କରିଛି । ଏଏସଆଇ ଭଗବାନ ସ୍ୱାଇଁ ଜଣେ ବ୍ୟକ୍ତିଙ୍କ ଠାରୁ ୬ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଛି ।

BjdElectrycity

ଅଭିଯୋଗକାରୀଙ୍କ ପୁଅ ଏବଂ ତା’ର ସାଙ୍ଗକୁ ଏକ ମାମଲାରେ ସାହାଯ୍ୟ କରିବା ପାଇଁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଭଗବାନ । ଲାଞ୍ଚ ଦେବା ଆଗରୁ ଅଭିଯୋଗ ପାଇ ପୂର୍ବରୁ ପ୍ରସ୍ତୁତ ଥିଲା ଭିଜିଲାନ୍ସ । ଗିରଫ କରିବା ପରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ ନଂ- ୧୪/୨୨ରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚାଲୁ ରହିଛି ।

Leave A Reply

Your email address will not be published.