ବଲାଙ୍ଗୀର: ପୁଣି ଭିଜିଲାନ୍ସ ରେଡ୍। ଏଥର ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଆଗଲପୁର ବ୍ଲକ୍ ସେକ୍ସନ ଅଫିସର । ସେକ୍ସନ ଅଫିସର ପ୍ରଫୁଲ ସାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ପ୍ରଫୁଲଙ୍କ ଘରେ ରେଡ୍ ଜାରି ରଖିଛି ।
ପ୍ରଫୁଲଙ୍କ କାର୍ଯ୍ୟାଳୟ ସମେତ ଏକକାଳୀନ ୩ଟି ସ୍ଥାନରେ ଚଢାଉ ଜାରି ରଖିଛି ଭିଜିଲାନ୍ସ । ବଲାଙ୍ଗୀର ଗାନ୍ଧିନଗର ପଡା ଓ ହାଟପଦା ପଡା ସ୍ଥିତ ଘରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ ଜାରି କରାଯାଇଛି ।
Comments are closed.