Latest Odisha News

BREAKING NEWS

ଜେଲରେ ପୁଞ୍ଜିଲାଲ ପଢୁଛି ଜର୍ଣ୍ଣାଲିଜିମ୍!

ବଲାଙ୍ଗୀର: ଜେଲରେ ରହି ଜର୍ଣ୍ଣାଲିଜିମି କରୁଛି ପାଟଣାଗଡ ପାର୍ସଲବୋମା ଘଟଣାର ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର। ଜେଲରେ ରହି ପୁଞ୍ଜିଲାଲ ମେହେର ଏବେ ପାର୍ସଲ ବୋମା ଘଟଣାର ଶୁଣାଣିର ସାମ୍ନା କରୁଛି। ଇତି ମଧ୍ୟରେ ସେ ଆଇନରେ  ପାଠ ପଢିବାକୁ ଇଛୁକ ରଖିଥିଲା। ହେଲେ ଏଥିପାଇଁ ଅନୁମତି ମିଳିନଥିଲା। ଏହାପରେ ସାମ୍ବାଦିକତା କରିବାକୁ ଉଦ୍ୟମ କରି ସଫଳ ହୋଇଛି। ସେ ଏବେ ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟରେ ସାମ୍ବାଦିକତାରେ ଏମ.ଏ କରୁଥିବା ସୂଚନା ରହିଛି। ଜେଲ କର୍ତ୍ତୃପକ୍ଷଙ୍କ ତତ୍ବାବଧାନରେ ସେ ପାଠ ପଢୁଥିବା ସୂଚନା ରହିଛି।

ବଲାଙ୍ଗୀର ଜେଲ କାରଗାରରେ ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟ ଖୋଲା ହୋଇଛି। ଏହି ଓଡିଶା ରାଜ୍ୟମୁକ୍ତ ବିଶ୍ୱବିଦ୍ୟାଳୟରେ ଜେଲର ଅନ୍ତେବାସୀ ପାଠ ପଢିବାକୁ ସୁଯୋଗ ରହିଛି। ଡିସଟାନ୍ସ ମୋଡରେ ଆଇନରେ ପାଠ ପଢିବାକୁ ସୁଯୋଗ ମିଳିନଥିଲା ତେଣୁ ସେ ସାମ୍ବାଦିକତା କରିବାକୁ ଇଚ୍ଛା ରଖିଥିଲା ମେହେର। ସେପ୍ଟେମ୍ବର ମାସରୁ ସେ ସାମ୍ବାଦିକତାରେ ଆଡିମିଶନ କରିଛି। ଏଥିପାଇଁ ସେ ଏବେ ଦୁଇ ବର୍ଷ ପାଠ ପଢିବ। ଏଥିପାଇଁ ଜେଲ୍ କର୍ତ୍ତୃପକ୍ଷ ସମସ୍ତ ପ୍ରକାର ଖର୍ଚ୍ଚ ବହନ କରିବେ।

ପୁଞ୍ଜିଲାଲ ଜଣେ ଇଂରାଜୀ ଅଧ୍ୟାପକ। ଏବେ ସେ ନିଜେ ପଢିବା ସହିତ ଜେଲ୍ ଭିତରେ ଅନ୍ୟ ଅନ୍ତେବାସୀଙ୍କୁ ମଧ୍ୟ ଇଂରାଜୀ ପାଠ ପଢାଉଥିବା ସୂଚନା ରହିଛି।

ଉଲ୍ଲେଖଯୋଗ୍ଯ,  ଫେବୃଆରୀ ୨୩, ୨୦୧୮ରେ ପାଟଣାଗଡ ବ୍ଲକଛକ ବାସିନ୍ଦା ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରେ ଏକ ପାର୍ସଲ ପହଞ୍ଚିଥିଲା। ରବୀନ୍ଦ୍ରଙ୍କ ପୁଅ ସୌମ୍ୟ ଶେଖରଙ୍କ ବିବାହରେ ଏହି ଉପହାର ଆସିଥିଲା ବୋଲି ଖୁସି ହୋଇ ଖୋଲିଥିଲେ। ଏହି ଉପହାର ଖୋଲିବା ସମୟରେ ସୌମ୍ୟଶେଖରଙ୍କ ଜେଜେ ମା ମଧ୍ୟ ଉପସ୍ଥିତ ଥିଲେ। ଉପହାର ବକ୍ସ ଖୋଲିବା ପରେ ଭିତରେ ଥିବା ବୋମା ଫୁଟିଥିଲା। ପରେ ସୌମ୍ୟ ଶେଖର ଏବଂ ତାଙ୍କ ଜେଜେମାଙ୍କର ମୃତ୍ୟୁ ଘଟିଥିଲା। ହେଲେ ସୌମ୍ୟଙ୍କ ପତ୍ନୀ ବର୍ତ୍ତିଯାଇଥିଲେ। ଏହି ପାର୍ସଲ ବୋମା ପୁଞ୍ଜିଲାଲ ପଠାଇଥିଲା ବୋଲି ପୁଲିସ ତଦନ୍ତ କରି କହିଛି।

Comments are closed.