Latest Odisha News

BREAKING NEWS

କଫ୍ ସିରପ ବୋତଲ ଜବତ,୨ ଗିରଫ

ବଲାଙ୍ଗୀର :ଏସ କଫ୍ ସିରପ ବୋତଲ ଜବତ । ପାଟଣାଗଡ଼ ବେଲପଡ଼ା ଅଞ୍ଚଳରୁ ବେଲପଡ଼ା ପୋଲିସ ୧୯୦ ଟି ଏସକଫ୍ ବୋତଲ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪୦ ହଜାର ଟଙ୍କା ସହ ୨ପତା ଆଜୋଂଲାମ୍ ଟ୍ୟାବଲେଟ୍ ,ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ସୂଚନା ଅନୁସାରେ ବେଲପଡ଼ାର ବାବୁଲି ପ୍ରୃଷ୍ଟି ଏବଂ ତରା ଗାଁ ର କମଳ ନାଗ ନିଶାକାରବାରରେ ସଂପୃକ୍ତ ରହି ଏସକଫ୍ ସିରପ ଏବଂ ନିଶା ଟ୍ୟାବଲେଟ୍ ବିକ୍ରି କରୁଥିବା ଖବର ବେଲପଡ଼ା ପୋଲିସ ପାଖରେ ପହଁଚିଥିଲା।

ବେଲପଡ଼ା ପୋଲିସ ଘଟଣା ସ୍ଥଳରେ ଚଢଉ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲା । ଅଭିଯୁକ୍ତ ମାନଙ୍କ ନାଁ ରେ ଦୁଇଟି କେଶ  ରୁଜୁ କରାଯାଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲଣ କରାଯାଇଛି ବୋଲି ବେଲପଡ଼ା ଥାନା ଅଧିକାରୀ ବୁଲୁ ମୁଣ୍ଡା ସୂଚନା ଦେଇଛନ୍ତି।

Leave A Reply

Your email address will not be published.