Latest Odisha News

BREAKING NEWS

ନୂଆଁଖାଇ ପାଇଁ ସମଲେଶ୍ୱର ମନ୍ଦିରକୁ ଆସିଲା ନୂଆ ଧାନ

ସମ୍ୱଲପୁର: ତିନି ଦିନ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ । ଏଥିପାଇଁ ପଶ୍ଚିମ ଓଡ଼ିଶାର ପୁରପଲ୍ଲୀରେ ପ୍ରସ୍ତୁତି ଜୋରଦାର ହେଲାଣି । ଏପଟେ ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ପାଇଁ ପ୍ରସ୍ତୁତି ଚାଲିଛି । ଏଥିପାଇଁ ସମଲେଶ୍ୱରରୀ ମନ୍ଦିରରେ ପହଞ୍ଚିଛି ନୂଆ ଧାନ । ନୂଆ ଧାନରୁ ମାଆଙ୍କ ପାଖରେ ନବାନ୍ନ ଲାଗି ହେବ ।

ମାଆ ସମଲେଶ୍ୱରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ପଶ୍ଚିମ ଓଡ଼ିଶାବାସୀ ନୂଆଁ ଖାଇଥାଆନ୍ତି । ଚଳିତବର୍ଷ ୧୧ ତାରିଖରେ ପଡୁଛି ନୂଆଁଖାଇ । ଏଥିପାଇଁ ଶୁଭ ଲଗ୍ନ ଧାର୍ୟ୍ୟ ହୋଇଛି । ସକାଳ ୧୦ଟା ୧୫ରୁ ୧୦ଟା ୨୫ ଭିତରେ ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।

Leave A Reply

Your email address will not be published.