Latest Odisha News

BREAKING NEWS

ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା, ପରମ୍ପରା ଅନୁସାରେ ଦିଆଯିବ ପଶୁ ବଳି

ବଲାଙ୍ଗିର: ଆଜି ବଲାଙ୍ଗିରର ପ୍ରସିଦ୍ଧ ଶୁଲିଆ ଯାତ୍ରା । ଦେଓଗାଁ ବ୍ଲକ ଖଇରଗୁରାଠାରେ ଅନୁଷ୍ଠିତ ହେଉଛି ଆଦିବାସୀଙ୍କ ଏହି ଯାତ୍ରା । କୋଭିଡ୍ କଟକଣା ଭିତରେ ପୂଜା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି । ନିଶି ପୂଜା ସରିବା ପରେ ଶୋଭାଯାତ୍ରା ବାହାରିଛି । ପରମ୍ପରା ଅନୁସାରେ ପଶୁ ବଳି ଦିଆଯିବ । ତେବେ ସଂଖ୍ୟା ସୀମିତ କରିବାକୁ ଜିଲ୍ଲା ପ୍ରଶାସନ ନିବେଦନ କରିଛି ।

ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ୩ ଜଣ ମାଜିଷ୍ଟ୍ରେଟ୍‌, ଜଣେ ଡିଏସ୍‌ପି, ୧୩ ପୋଲିସ ଅଫିସରଙ୍କ ସମେତ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ଖଇରଗୁରାର ବଡଖଳା ଏବଂ କୁମୁରିଆର ସାନ ଖଳାରେ ଶୁଲିଆ ପୂଜା ହେବ ।

Leave A Reply

Your email address will not be published.