Latest Odisha News

BREAKING NEWS

ରାଜାରାଣୀ ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଆରମ୍ଭ ହେଲା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କ ସଙ୍ଗୀତରୁ

ଭୁବନେଶ୍ୱର :କର୍ଣ୍ଣାଟକୀ ଗାୟିକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ତିନି ଦିନ ପାଇଁ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ପ୍ରସିଦ୍ଧ ରାଜାରାଣୀ ମନ୍ଦିର ପରିସରରେ ଆରମ୍ଭ ହୋଇ ଯାଇଛି।

କଳାର ପ୍ରଚାର ପ୍ରସାର କରାଯିବା ସହ ଆଗାମୀ ପିଢ଼ିର ଚୁଚି କିପରି ଶାସ୍ତ୍ରୀୟ ସଙ୍ଗୀତ ପ୍ରତି ବଢ଼ିବ ସେଥିପ୍ରତି ଦୃଷ୍ଟିଦେଇ ଏହି ଉତ୍ସବରେ ଭାରତରେ ଥିବା ବିଭିନ୍ନ ଶାସ୍ତ୍ରୀୟ ଓ ପାରମ୍ପରିକ ସଙ୍ଗୀତକୁ ଗୋଟିଏ ମଞ୍ଚରେ ପ୍ରଦର୍ଶିତ କରାଯାଉଛି ।

ସନ୍ଧ୍ୟାର ଦ୍ଵିତୀୟ କାର୍ଯ୍ୟକ୍ରମରେ ବିକ୍ରମ ଘୋଷଙ୍କ ପ୍ରସ୍ତୁତିରେ ଶିବ ତାଣ୍ଡବ ସହିତ ତବଲା ପୋଖଜ, କର୍ଣ୍ଣାଟକୀ ମୃଦଙ୍ଗମ, ଶ୍ରୀଖଳ ଓ ଡ୍ରମର ସମନ୍ୱୟର ଫ୍ୟୁଜନ ସହ ବିକ୍ରମ ଘୋଷଙ୍କର ସୃଜନଶୀଳତା ଦର୍ଶକଙ୍କ ମନ ଜିଣି ନେଇଥିଲା।


ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ଆର.ବାଲକ୍ରିଷ୍ଣନ୍ , ପର୍ଯ୍ୟଟନ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର , ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ଯୋଗ ଦେଇଥିଲେ। ଡ.ସଙ୍ଗୀତା ଗୋସାଇଁ ଏବଂ ଅନୁଜା ତାରିଣୀ ମିଶ୍ର ଏହି କାର୍ଯ୍ୟକ୍ରମକୁ ସଞ୍ଚାଳନା କରିଥିଲେ । ପର୍ଯ୍ୟଟନ ବିଭାଗର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Leave A Reply

Your email address will not be published.