ମୁମ୍ବାଇ: ‘ଦି କେରଳ ଷ୍ଟୋରି’ ପରେ ଫିଲ୍ମ ‘ ୭୨ ହୁରେଂ’କୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଫିଲ୍ମର ଟ୍ରେଲରକୁ ସେନ୍ସର ବୋର୍ଡ (ସିବିଏଫସି) ପ୍ରତ୍ୟାଖ୍ୟାନ କରିଥିଲା। ଯାହା ପରେ ଫିଲ୍ମର ଟ୍ରେଲର ଡିଜିଟାଲ ପ୍ଲାଟଫର୍ମରେ ରିଲିଜ ହୋଇଛି। ଟ୍ରେଲର ରିଲିଜ ହେବା ମାତ୍ରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଫିଲ୍ମ ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହୋଇଛି।
‘୭୨ ହୁରେଂ’ ସଞ୍ଜୟ ପୁରଣ ସିଂହ ଚୌହାନଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ଅଶୋକ ପଣ୍ଡିତଙ୍କ ଦ୍ୱାରା ନିର୍ମିତ। ସେନ୍ସର ବୋର୍ଡ ଫିଲ୍ମର ଟ୍ରେଲରକୁ ପ୍ରତ୍ୟାଖ୍ୟାନ କରିବା ପରେ ଫିଲ୍ମକୁ ନେଇ ଆଲୋଚନା ଜୋରଦାର ଚାଲିଛି। ଟ୍ରେଲରକୁ ପ୍ରତ୍ୟାଖ୍ୟାନ କରାଯିବା ପରେ ଅଶୋକ ପଣ୍ଡିତ କ୍ରୋଧିତ ହୋଇ କହିଛନ୍ତି ଯେ ଏହା ଅତ୍ୟନ୍ତ ଗମ୍ଭୀର ବିଷୟ। ଜାତୀୟ ପୁରସ୍କାର ବିଜେତା ଚଳଚ୍ଚିତ୍ରର ଟ୍ରେଲରକୁ ସାର୍ଟିଫିକେଟ ଦେବାକୁ ମନା କରିବାର ନିର୍ଣ୍ଣୟର ଜବାବ ସେନ୍ସରର ସମସ୍ତ ଅଧିକାରୀଙ୍କ ଉପରେ ରହିଛି।
ସଞ୍ଜୟ ପୁରଣ ସିଂହ ଚୌହାନଙ୍କ ଫିଲ୍ମ ‘୭୨ ହୁରେଂ’ର ଟ୍ରେଲର ତରଣ ଆଦର୍ଶ ତାଙ୍କ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି। ଟ୍ରେଲରରେ ହ୍ୟୁମନ ବୋମ୍ ତିଆରି କରିବାର କାହାଣୀ ଦେଖାଯାଇଛି। ଟ୍ରେଲରରେ ଦେଖାଯାଇଛି ଯେ ସ୍ୱର୍ଗକୁ ଯିବା ପଥ ଦେଖାଇବା ନାମରେ ଲୋକଙ୍କ ବ୍ରେନ ୱାଶ୍ କିପରି କରାଯାଏ। ବର୍ତ୍ତମାନ ଟ୍ରେଲରକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାର ଶୀର୍ଷରେ ରହିଛି। ଏହାକୁ ଦୃତଗତିରେ ସେୟାର ମଧ୍ୟ କରାଯାଉଛି।
ସୂଚନା ଥାଉକି ଯେ ଫିଲ୍ମ ‘୭୨ ହୁରେଂ ‘ଜୁଲାଇ ୭, ୨୦୨୩ ରେ ୧୦ ଟି ଭାଷାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଆମୀର ବଶୀର ଏବଂ ପୱନ ମଲହୋତ୍ରା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ସେହି ଯୁବକମାନଙ୍କ କାହାଣୀ ଚିତ୍ରିତ ହୋଇଛି, ଯେଉଁମାନଙ୍କର ବ୍ରେନ ୱାଶ୍ କରି ହ୍ୟୁମନ୍ ବୋମ୍ ତିଆରି କରାଯାଉଛି।
Comments are closed.