Latest Odisha News

ଶରଧାବାଲି ଛାଡିଲେ ତିନି ଦିଅଁ: ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ ହେଲା ରଥଟଣା

ପୁରୀ: ଶରଧାବାଲି ଛାଡିଲେ ତିନି ଠାକୁର । ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଶେଷ ହୋଇଥିଲା ନୀତିକାନ୍ତି । ସଅଳ ସଅଳ ଶ୍ରୀମନ୍ଦିର ଅଭିମୁଖେ ବାହାରି ପଡିଥିଲେ ତିନି ଦିଅଁ । ମଧ୍ୟାହ୍ନ ପ୍ରାୟ ଗୋଟାଏ ବେଳକୁ ଆରମ୍ଭ ହୋଇଥିଲା ରଥଟଣା । ପ୍ରଥମେ ତାଳଧ୍ୱଜ ଶରଧାବାଲି ଛାଡି ସିଂହଦ୍ୱାର ଅଭିମୁଖେ ବାହାରିଥିଲା ।

ବଡଭାଇଙ୍କ ପଛେ ପଛେ ବାହାରିଥିଲେ ମା’ ସୁଭଦ୍ରା । ସମସ୍ତଙ୍କୁ ଛାଡି ସାରିବା ପରେ ବାହାରିଥିଲେ କାଳିଆ ଠାକୁର । ଘଣ୍ଟଘଣ୍ଟା, ହରିବୋଲ, ହୁଳହୁଳି ମଧ୍ୟରେ ଗଡିଥିଲା ତିନିରଥ ।

ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ, ୨.୩୦ରୁ ୩.୩୦ ମଧ୍ୟରେ ଛେରାପହଁରା ଓ ଅପରାହ୍ନ ୪ଟାରେ ରଥଟଣା ହେବାର ଥିଲା । ହେଲେ ଏହାର ବହୁ ପୂର୍ବରୁ ସମସ୍ତ ନୀତିକାନ୍ତି ସରି ମଧ୍ୟାହ୍ନ ଗୋଟାଏ ବେଳକୁ ଆରମ୍ଭ ହୋଇ ଯାଇଥିଲା ରଥଟଣା । ଆଜି ପାଗ ଭଲ ଥିବାରୁ ଭକ୍ତମାନେ ଖୁବ ଉତ୍ସାହର ସହ ଶରଧାବାଲିରେ ତିନି ଠାକୁରଙ୍କର ଏହି ସୁନ୍ଦର ଯାତ୍ରାକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା ।

ଗୁଣ୍ଡିଚା ଯାତ୍ରାରେ ବିଭ୍ରାଟ ଦେଖା ଦେଇଥିଲା । ହେଲେ ଏଥର ସେ ଭୁଲ ତ୍ରୁଟିକୁ ସଜାଡିବା ପାଇଁ ଚେଷ୍ଟା କରିଛନ୍ତି ପ୍ରଶାସନ ଏବଂ ସେବାୟତ । ତେଣୁ  ଆଜି ସମସ୍ତ କାମ ଖୁବ ଶୃଙ୍ଖଳାର ସହ ନିର୍ଦ୍ଧାରିତ ସମୟ ପୂର୍ବରୁ ହୋଇ ଯାଇଛି ।

Leave A Reply

Your email address will not be published.