କୋଲକାତା: ଆଉ ନାହାନ୍ତି ଅଭିନେତ୍ରୀ ଦେବଦତ୍ତା ଓରଫ ଆର୍ଯ୍ୟା ବାନାର୍ଜି । ୩୫ ବର୍ଷ ବୟସରେ ସେ ଶୁକ୍ରବାର କୋଲକାତାର ନିଜ ବାସଭବନରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । ପୋଷ୍ଟମୋର୍ଟମରେ ଜଣାପଡିଛି ଲିଭର୍ ସମସ୍ୟା ଦେଇ ଗତି କରୁଥିବା ଆର୍ଯ୍ୟାଙ୍କ ପେଟରେ ମଦ ମିଳିଥିଲା ।
ସ୍ୱର୍ଗତ ସୀତାର ବାଦକ ପଣ୍ଡିତ ନିଖିଲ ବାନାର୍ଜିଙ୍କ ଝିଅ ଆର୍ଯ୍ୟା କୋଲକାତାରେ ଜଣେ ନାମୀ ମଡେଲ ଭାବେ ସୁଖ୍ୟାତି ଅର୍ଜନ କରିଥିଲେ । ତେବେ ଖାସ କରି ୨୦୧୧ରେ ରିଲିଜ୍ ହୋଇଥିବା ବଲିଉଡ ଫିଲ୍ମ ଡାର୍ଟି ପିକ୍ଚରରେ ତାଙ୍କ ଅଭିନୟ ଦର୍ଶକଙ୍କୁ ପ୍ରଭାବିତ କରିଥିଲା । ବିଦ୍ୟା ବାଲାନଙ୍କ ସହ ଏହି ଫିଲ୍ମରେ ସେ ସକିଲାଙ୍କ କିର୍ଦାରରେ ନଜର ଆସିଥିଲେ । ଏହି ଫିଲ୍ମ ଛଡା ୨୦୧୦ରେ ରିଲିଜ୍ ହୋଇଥିବା ଫିଲ୍ମ ଲଭ, ସେକ୍ସ ଔର ଧୋକାରେ ମଧ୍ୟ ନଜର ଆସିଥିଲେ ।
କ୍ଲାସିକାଲ୍ ମ୍ୟୁଜିକରେ ଡିଗ୍ରୀ ହାସଲ କରିଥିବା ଆର୍ଯ୍ୟା ପ୍ରଥମେ ମଡେଲିଂ ଦୁନିଆରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ମଡେଲିଂ ଓ ଅଭିନୟ ଛଡା ସେ ଡାନ୍ସିଂରେ ମଧ୍ୟ ବେଶ ନିପୁଣ ଥିଲେ । ପୋଲିସ ରିପୋର୍ଟରେ ଜଣାପଡିଛି ଲକ୍ଡାଉନ୍ ପରଠୁ ଆର୍ଯ୍ୟା ଏକାକି ରହିବାକୁ ଅଧିକ ପସନ୍ଦ କରୁଥିଲେ ।
Comments are closed.