Latest Odisha News

BREAKING NEWS

[ଭିଡିଓ] ଶ୍ରୀକ୍ଷେତ୍ରରେ ଗୋବିନ୍ଦା

ପୁରୀ:ପୁରୀରେ ବଲିଉଡ୍ ଅଭିନେତା ଗୋବିନ୍ଦା । ଗୋବିନ୍ଦା ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତିା ରତ୍ନସିଂହାସନସ୍ଥିତ ଚତୁର୍ଦ୍ଦାବିଗ୍ରହ,ମା ବିମଳା ମନ୍ଦିର,ମହାଲକ୍ଷ୍ମୀ ମନ୍ଦିର,ପାର୍ଶ୍ୱ ର୍ଦେବାଦେବୀଙ୍କୁ ସେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି। ପ୍ରଭୁଙ୍କ ଡାକରା ଆସିବାରୁ ସେ ପୁରୀ ଆସିବାର ସୌଭାଗ୍ୟ ପାଇଛନ୍ତି। ଗୋଟିଏ ସମୟରେ ଜୀବନରେ ଜଟିଳ ପରିସ୍ଥିତି ଦେଇ ଗତିକରୁଥିବା ଗୋବିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିବା ପରେ ସେସବୁ ଅନେକାଂଶରେ ଦୂର ହୋଇଛି ।

ପୁଣି ଥରେ ତାଙ୍କ ଜୀବନରେ ସୁଃଖ ଶାନ୍ତି ଫେରିଆସିଛି ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ଗୋବିନ୍ଦାଙ୍କ ଦର୍ଶନ ସମୟରେ ମଧୂସୁଦନ ମହାପାତ୍ର,ବରିଷ୍ଠ ସେବାୟତ ମହାବୀର,ପ୍ରତିହାରୀ ଓ ଶ୍ୟାମ ସୁନ୍ଦର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲୋ   କୋଭିଡ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳାର ସହ ପ୍ରାୟ ୩୦ ମିନିଟରୁ ଅଧିକ ସମୟ ହେବ ଜଗାକୁ ଦର୍ଶନ କରିଛନ୍ତି ଗୋବିନ୍ଦା।

Comments are closed.