Latest Odisha News

BREAKING NEWS

ଚିକିତ୍ସାର ଫାଇନାଲ ଷ୍ଟେଜରେ ଇରଫାନ ଖାନ, କହିଲେ “ଲାଗୁଛି ଆଉ କିଛି ମାସ ଭିତରେ ମରିଯିବି”

ଆସନ୍ତା କାଲି ରିଲିଜ ହେବ ବଲିଉଡ଼ ଅଭିନେତା ଇରଫାନ ଖାନଙ୍କ ନୁଆ ସିନେମା ‘କାରୱାଁ’ । ଏହି ସିନେମା ରିଲିଜ ହେବାକୁ ନେଇ ଦର୍ଶକଙ୍କ ମନରେ ବେଶ ଆଗ୍ରହ ରହିଥିବା ବେଳେ, ତାଙ୍କ ସ୍ୱାସ୍ଥ୍ୟବସ୍ଥା ପାଇଁ ମଧ୍ୟ ପ୍ରାର୍ଥନା କରୁଛନ୍ତି । ଇରଫାନ ବର୍ତମାନ ଲଣ୍ଡନରେ ଅଛନ୍ତି ଏବଂ ତାଙ୍କୁ ହୋଇଥିବା ରୋଗ ‘ନ୍ୟୁରୋ ଏଣ୍ଡୋକ୍ରାଇନ ଟ୍ୟୁମର’ ର ଚିକିତ୍ସା କରାଉଛନ୍ତି ।

ତେବେ ‘ଆସୋସିଏଟ ପ୍ରେସ’କୁ ଇଣ୍ଟରଭ୍ୟୁ ଦେବା ସମୟରେ ଭାବବିହ୍ୱଳ ହୋଇ ଉଠିଛନ୍ତି ଇରଫାନ । ଇରଫାନ କହିଛନ୍ତି ମୋ ଜୀବନର ଆଉ କିଛିବି ଗ୍ୟାରେଣ୍ଟି ନାହିଁ, ମୋ ମନ ସବୁବେଳେ ମତେ କହୁଛି ଯେ, ମୁଁ ବୋଧହୁଏ ଆଉ କିଛିଦିନ ବଞ୍ଚିବି, ହୁଏତ କିଛି ମାସ, ଅଥବା ବର୍ଷେ କିମ୍ବା ଦୁଇ ବର୍ଷ ଭିତରେ ମୁଁ ମରିଯିବି ।

 

ଇରଫାନ କହିଛନ୍ତି ମୁଁ କେମୋ ସାଇକଲର ଚତୁର୍ଥ ପର୍ଯ୍ୟାୟରେ ଅଛି, ତୃତୀୟ ପର୍ଯ୍ୟାୟ ପରେ ସ୍କାନ ରିପୋର୍ଟ ପଜିଟିଭ ରହିଥିଲା, କିନ୍ତୁ ଷଷ୍ଠ ପର୍ଯ୍ୟାୟ ପର୍ଯ୍ୟନ୍ତ ସ୍କାନ କରାଯାଇ ସ୍ଥିତି ଦେଖାଯିବ ।ଏହାପରେ ଜଣାପଡ଼ିବ ପ୍ରକୃତରେ କଣ କରାଯାଇ ପାରିବ । କିନ୍ତୁ ମୋ ଜୀବନର କୈାଣସି ଗ୍ୟାରେଂଟି ନାହିଁ ବୋଲି କହିଛନ୍ତି ଅସୁସ୍ଥ ଇରଫାନ ।

Leave A Reply

Your email address will not be published.