Latest Odisha News

BREAKING NEWS

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ତାଇୱାନ ସିପିସି କର୍ପୋରେସନର ଅଧିକାରୀ, ୪୩ ହଜାର କୋଟି ଟଙ୍କାର ପୁଞ୍ଜିରେ ପାରାଦୀପରେ ନିର୍ମାଣ ହେବ ପେଟ୍ରୋଲିୟମ କ୍ରାକର କମ୍ପାନୀ

ଭୁବନେଶ୍ୱର : ପାରାଦୀପରେ ତାଇୱାନ ସିପିସି କର୍ପୋରେସନ କମ୍ପାନୀ ନିର୍ମାଣ କରିବ ଏକ ପେଟ୍ରୋଲିୟମ କ୍ରାକର କମ୍ପାନୀ । ପ୍ରସ୍ତାବିତ ପ୍ରକଳ୍ପ ଲାଗି ଏହି କମ୍ପାନୀ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିବ ।

ଏନେଇ ତାଇୱାନ ସିପିସି କର୍ପୋରେସନର ସଭାପତି ସୁନ-ଚିନ୍ ଲିଙ୍କ ନେତୃତ୍ୱରେ ଏକ ବ୍ୟବସାୟିକ ପ୍ରତିନିଧି ଦଳ ଆଜି ସଚିବାଳୟଠାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ।

ତେବେ ପାରଦୀପ ଠାରେ ଏହି କମ୍ପାନୀ ୪୩ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ଏକ ପେଟ୍ରୋଲିୟମ କ୍ରାକର କମ୍ପାନୀ ପ୍ରତିଷ୍ଠା କରିବା ନେଇ କମ୍ପାନୀର ସଭାପତି ରାଜ୍ୟ ସଚିବାଳୟଠାରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ଓଡ଼ିଶାରେ ଯଥେଷ୍ଟ ସୁଯୋଗ ରହିଛି । ପୁଞ୍ଜିନିବେଶ ଓ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶା କ୍ରମାଗତ ଭାବେ ଦେଶର ଶ୍ରେଷ୍ଠ ୩ଟି ରାଜ୍ୟ ମଧ୍ୟରେ ରହିଆସିିଛି ।

ରାଜ୍ୟର ଶିଳ୍ପବିକାଶ ଯୋଜନା-୨୦୨୫ ଅନୁଯାୟୀ ୬ଟି ପ୍ରମୁଖ ଫୋକସ୍ କ୍ଷେତ୍ର ମଧ୍ୟରେ ରହିଆସିଛି ।

କମ୍ପାନୀର ସଭାପତି ଶ୍ରୀ ଲି ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ବୈଠକରେ ଶିଳ୍ପମନ୍ତ୍ରୀ ଅନନ୍ତ ଦାସ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, ଶିଳ୍ପ ବିଭାଗର ପ୍ରମୁଖ ସଚିବ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.