Latest Odisha News

BREAKING NEWS

ଜିତିଲେ ସଞ୍ଜୟ ଦତ୍ତ, ହାରିଲା କ୍ୟାନସର

ମୁମ୍ବାଇ: ଦଶହରାରେ ଫ୍ୟାନଙ୍କୁ ଖୁସି ଖବର ଦେଲେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ । ହାରିଲା କ୍ୟାନସର, ଜିତିଲେ ସଞ୍ଜୁ ବାବା । ମାରାତ୍ମକ କର୍କଟ ରୋଗ ସହ ଲଢ଼ି ସେ ସୁସ୍ଥ ହୋଇଛନ୍ତି । ନିଜେ ସୋସିଆଲ୍ ମିଡିଆରେ ଏହି ଖୁସି ଖବର ଦେଇଛନ୍ତି ସଞ୍ଜୟ ଦତ୍ତ । ଏହି ଖବର ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକଙ୍କ ମୁହଁରେ ହସ୍ ଫୁଟାଇଛି ।

ସଞ୍ଜୟ ଦତ୍ତ ଲେଖିଛନ୍ତି, ‘ଗତ କିଛି ସପ୍ତାହ ମୋ ପାଇଁ ଏବଂ ମୋ ପରିବାର ପାଇଁ ବହୁତ କଷ୍ଟସାଧ୍ୟ ଥିଲା । କିନ୍ତୁ କଥାରେ ଅଛି, ଭଗବାନ ବଡ଼ ଲଢେଇ ଲଢ଼ିବା ପାଇଁ ନିଜର ସବୁଠାରୁ ଶକ୍ତିଶାଳୀ ଯୋଦ୍ଧାକୁ ପଠାଇଥାନ୍ତି’ । ପୁଅର ଜନ୍ମଦିନରେ ଏହି ଯୁଦ୍ଧ ଜିତି ଫେରିଥିବାରୁ ସେ ଖୁସି ବୋଲି ଲେଖିଛନ୍ତି ।

 

View this post on Instagram

 

My heart is filled with gratitude as I share this news with all of you today. Thank you ??

A post shared by Sanjay Dutt (@duttsanjay) on

ଫ୍ୟାନଙ୍କୁ ଧନ୍ୟବାଦ ଜଣାଇବା ସହ ସଞ୍ଜୟ ଦତ୍ତ ଲେଖିଛନ୍ତି, ଏହି ଲଢେଇ ମୁଁ ଆପଣମାନଙ୍କ ବିନା ଜିତି ପାରିନଥାନ୍ତି । ଆପଣମାନଙ୍କ ସମର୍ଥନ ଓ ସହଯୋଗ ପାଇଁ ମୁଁ ଆଜି କର୍କଟ ଭଳି ରୋଗକୁ ହରାଇ ପାରିଛି । ଏନେଇ ପରିବାର, ବନ୍ଧୁ ଓ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଗଷ୍ଟ ୧୨ରେ ସଞ୍ଜୟ ଦତ୍ତ ଫୁସଫୁସ କର୍କଟ ରୋଗରେ ପୀଡିତ ଥିବା ଜଣା ପଡ଼ିଥିଲା । ପରେ ଚିକିତ୍ସା ପାଇଁ ସେ ଯାଇଥିଲେ ଆମେରିକା ।

Leave A Reply

Your email address will not be published.