Latest Odisha News

BREAKING NEWS

ମହାରାଷ୍ଟ୍ରରେ ସିବିଆଇକୁ ନୋ ଏଣ୍ଟ୍ରି, ପ୍ରବେଶ ପୂର୍ବରୁ ଅନୁମତି ଆବଶ୍ୟକ

ମୁମ୍ବାଇ: ରାଜସ୍ଥାନ, ପଶ୍ଚିମବଙ୍ଗ ଓ ଛତିଶଗଡ଼ ରାସ୍ତାରେ ମହାରାଷ୍ଟ୍ର । କୌଣସି ନୂଆ ମାମଲାର ତଦନ୍ତ ପାଇଁ ମହାରାଷ୍ଟ୍ର ଆସିଲେ ଏଣିକି ସିବିଆଇକୁ ରାଜ୍ୟ ସରକାରଙ୍କ ଅନୁମତି ନେବାକୁ ପଡ଼ିବ । ଏସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରିଛନ୍ତି ଉଦ୍ଧବ ଠାକରେଙ୍କ ସରକାର । ସିବିଆଇକୁ ତଦନ୍ତ ପାଇଁ ଦିଆଯାଇଥିବା ଅନୁମତି ପ୍ରତ୍ୟାହାର କରି ନେଇଛନ୍ତି ମହାରାଷ୍ଟ୍ର ସରକାର ।

ପୂର୍ବରୁ ସିବିଆଇ ତଦନ୍ତ କରୁଥିବା ମାମଲା ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ । ସେସବୁ ମାମଲାର ତଦନ୍ତ ପାଇଁ ଅନୁମତି ଆବଶ୍ୟକ ନୁହେଁ । ନୂଆ ମାମଲାରେ ଯେପର୍ଯ୍ୟନ୍ତ କୋର୍ଟ ତଦନ୍ତ ଅନୁମତି ଦେଇ ନାହାନ୍ତି ସେଯାଏଁ ସିବିଆଇ ରାଜ୍ୟରେ ପ୍ରବେଶ କରି ପାରିବ ନାହିଁ ।

ସିବିଆଇ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ବେଳେ ମହାରାଷ୍ଟ୍ର ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି । ପୂର୍ବରୁ ତିନି ଅଣବିଜେପି ଶାସିତ ରାଜ୍ୟ ରାଜସ୍ଥାନ, ଛତିଶଗଡ଼ ଓ ପଶ୍ଚିମବଙ୍ଗ ବିନା ଅନୁମତିରେ ସିବିଆଇ ପ୍ରବେଶ ଉପରେ କଟକଣା ଲଗାଇଥିଲେ ।

Leave A Reply

Your email address will not be published.